ଚିଟଫଣ୍ଡ ସଂସ୍ଥାର ମୁଖ୍ୟ କଲିକତାରୁ ଗିରଫ

34

ଭୂବନେଶ୍ବର: ଅଧିକ ସୁଧର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ହଡ଼ପ ଘଟଣାରେ ଏକ ଚିଟଫଣ୍ଡ ସଂସ୍ଥାର ମୁଖ୍ୟ କଲିକତାରୁ ଗିରଫ । ଜିଟେକ୍ସ ଓସିନେର ପ୍ରାଇଭେଟ ଲିମିଟେଡ୍‌ର ଏମଡି ଜୟଦୀପ ରାହା ଗିରଫ। ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଦକ୍ଷିଣ ଚବିଶ ପ୍ରଗଣାର ଚିଫ ଜୁଡ଼ିଆସିଆଲ ଅଫିସ୍‌ରଙ୍କ ପାଖରେ ହଜାର କରି ଆଜି ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଇଓଡ଼ବ୍ଲ୍ୟୁ। ୨୦୧୦ରୁ ୨୦୧୪ ମଧ୍ୟରେ ଓଡ଼ିଶାର ୧୯୬୮ଜଣଙ୍କଠାରୁ ଟଙ୍କା ଠକିଥିବା ନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ହୋଇଥିଲା।

ଚିଟଫଣ୍ଡ କମ୍ପାନି ଆମ୍ବିସିୟସ ଡାଇଭର୍ସିଫାଏଡ଼ ପୋଜେକ୍ଟ ଲିମିଟେଡ଼ କମ୍ପାନି, କୋଲକାତା ଓଏକେ ଇଣ୍ଡିଆ ମଲଟିଷ୍ଟେଟ କ୍ରେଡିଟ କୋପରେଟିଭ ସୋସାଇଟି ନାମରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ଜଣା ପଡ଼ିଥିଲା ଉକ୍ତ କମ୍ପାନି ୨୦୧୧ ଓ ୨୦୧୨ରେ କୋଟିଏ ୮୩ ଲକ୍ଷ ଟଙ୍କା ଯେଟେକ୍ସ ଓସିଏନାର ପ୍ରାଇଭେଟ ଲିମିଟେଡକୁ ପଠାଇ ଦେଇଥିଲେ। ଏହାର ଡାଇରେକ୍ଟର ଜୟଦୀପ ରାହା ତଦନ୍ତ ବେଳେ ଇଓଡବ୍ଲୁକୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହି କମ୍ପାନି ନାଁରେ ପଶ୍ଚିମବଙ୍ଗରେ ବି ଠକେଇ ମାମଲା ରହିଛି। ପୂର୍ବରୁ ସଂସ୍ଥାର ୪ ମ୍ୟାନେଜିଂ ଡାଇରେକ୍ଟରଙ୍କୁ ଗିରଫ କରଯାଇଥିଲା।

Comments are closed, but trackbacks and pingbacks are open.