ସ୍ମାର୍ଟୱାଚ୍‌: ଫେଶନ୍ ସହ ଫିଟ୍‌ନେସ୍

27

ସମୟ ଦେଖିବା ପାଇଁ ସମସ୍ତେ ହାତରେ ଘଣ୍ଟା ପିନ୍ଧନ୍ତି । ଡ୍ରେସ୍ ସହ ମଧ୍ୟ ମ୍ୟାଚ୍ କରି ଭଳିକି ଭଳି ରଙ୍ଗର ଘଂଟା ପିନ୍ଧିବାକୁ ଅନେକ ପସନ୍ଦ କରନ୍ତି । ତେବେ ଘଂଟା ସମସ୍ତଙ୍କ ପାଇଁ ଆବଶ୍ୟକତା ହୋଇଥିବା ବେଳେ ଆଉ କେତେକଙ୍କ ପାଇଁ ଏହା ହେଉଛି ସଉକ । ତେବେ ଏବେ ଘଂଟାର ସ୍ଥାନ ନେଇଛି ସ୍ମାର୍ଟୱାଚ୍ । ମୋବାଇଲରେ ଆସୁଥିବା ନୋଟିଫିକେସନଠୁ ଆରମ୍ଭ କରି ଫିଟନେସ୍ ଟ୍ରାକ୍ କରିବା ପାଇଁ ଏଥିରେ ବିଭିନ୍ନ ସୁବିଧା ଉପଲବ୍ଧ । ଏ ଦୃଷ୍ଟିରୁ ଯୁବପିଢ଼ିଙ୍କର ପ୍ରଥମ ପସନ୍ଦ ପାଲଟିଛି ସ୍ମାର୍ଟୱାଚ୍ । ସମୟ ଦେଖିବା ସହିତ ଏହା ଷ୍ଟାଇଲିସ୍ ଲୁକ୍ ମଧ୍ୟ ପ୍ରଦାନ କରୁଛି । ସେହିପରି ଏହାକୁ ଚାର୍ଜ କରିବା ସମ୍ଭବ ଥିବାରୁ ବ୍ୟାଟେରି ମଧ୍ୟ କିଣିବାକୁ ପଡ଼ି ନ ଥାଏ । ଏ କାରଣକୁ ଅନେକଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି ।
ଅନ୍ୟପଟେ ଜିମ୍ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି । ଜଣେ ଦିନକୁ କେତେ ଷ୍ଟେପ୍ ଚାଲୁଛି, ହାର୍ଟ ରେଟ୍‌ଠୁ ଆରମ୍ଭ କରି ରକ୍ତଚାପ ଆଦି ବିଷୟରେ ଏହା ଦ୍ୱାରା ଜାଣିବା ସହଜ ହେଉଛି । ଆଲାର୍ମ ମଧ୍ୟ ଏଥିରେ ସେଟ୍ କରାଯାଇପାରିବ । ମୋବାଇଲ କଲ୍ ଏଥିରେ ରିସିଭ୍ କରି ହୁଏ । ଏହା ବାଦ୍ ମେସେଜ୍‌, ସାମାଜିକ ଗଣମାଧ୍ୟମର ବିଭିନ୍ନ ନୋଟିଫିକେସନ୍ ମଧ୍ୟ ସ୍ମାର୍ଟୱାଚ୍‌ରେ ଆସିଥାଏ । ଏହାର ବ୍ୟବହାର ସହଜ ଓ ସୁବିଧା ହେଉଥିବାରୁ ଯୁବପିଢ଼ିଙ୍କଠାରେ ଏହାର କ୍ରେଜ୍ ଅଧିକ ।

Comments are closed, but trackbacks and pingbacks are open.