ଧାମନଗର ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ସୂର୍ଯ୍ୟବଂଶୀ ସୂରଜ

31

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରଥମ ପ୍ରାର୍ଥୀ ଭାବେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିରୋଧୀ ଦଳ ଉପନେତା, ବରିଷ୍ଠ ବିଜେପି ନେତା ବିଷ୍ଣୁ ଚରଣ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ଖାଲିପଡ଼ିଥିବା ଧାମନଗର ଉପନିର୍ବାଚନ ପାଇଁ ଆଜି ଏକ ଶୋକାକୁଳ ପରିବେଶରେ ଦଳୀୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୂର୍ଯ୍ୟବଂଶୀ ।
ସୂର୍ଯ୍ୟବଂଶୀ ସୂରଜ ଆଜି ସକାଳେ ନିଜ ପୈତୃକ ଗ୍ରାମ ମଙ୍ଗରାଜପୁରରେ ଥିବା ତାଙ୍କ ପିତା ତଥାଦିବଂଗତ ବିଷ୍ଣୁ ଚରଣ ସେଠୀଙ୍କ ସମାଧିସ୍ଥଳକୁ ଯାଇ ଆଶୀର୍ବାଦ ନେବା ପରେ ମା’ଙ୍କଠାରୁ ଆଶୀର୍ବାଦ ନେଇ ହଜାର ହଜାର ଲୋକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ନେତା ମନମୋହନ ସାମଲ, ଖାରବେଳ ସ୍ୱାଇଁ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସନାତନ ବିଜୁଳି, ଡ.ବୁଧାନ ମୁର୍ମୁ, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ଗଣେଶରାମ୍ ଖୁଣ୍ଟିଆ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ଭଦ୍ରକ ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ଧଳ, ମାଧବ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ ପ୍ରମୁଖଙ୍କ ସମେତ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨ଟି ବ୍ଲକ, ୪୪ଟି ପଞ୍ଚାୟତ ଏବଂ ଧାମନଗର ଏନଏସିର ୧୧ଟି ୱାର୍ଡରୁ ୫ ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ସ୍ୱତଃପ୍ରବୃତ୍ତ ଭାବେ ସାମିଲ ହୋଇଥିଲେ । ଦଳୀୟ ପ୍ରାର୍ଥୀ ସୁରଜ୍‌ଙ୍କ ନାମାଙ୍କନ ପତ୍ର ଦାଖଲ ଅବସରରେ ଯୋଗଦେଇ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏ ଅଞ୍ଚଳର ଜନସାଧାରଣଙ୍କର ସେବା କରିଛନ୍ତି ସ୍ୱର୍ଗତ୍ ବିଷ୍ଣୁ ଭାଇ । ତାଙ୍କ ଅକାଳ ବିୟୋଗ କାରଣରୁ ଏଭଳି ଏକ ଦୁଃଖଦ ସମୟରେ ଉପନିର୍ବାଚନ ହେଉଛି ଓ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିଜ ନିଜ ମନକୁ ସୁଦୃଢ଼ କରି ନିର୍ବାଚନ ଲଢ଼ିବାର ସାହସ ଯୋଗାଇଛନ୍ତି । ନାମାଙ୍କନପତ୍ର ଦାଖଲର ପୂର୍ବଦିନ ରାଜ୍ୟ ସଭାପତି ଏବଂ ବିରୋଧୀ ଦଳ ନେତା ଜିଲ୍ଲାରେ ଥିବା ବରିଷ୍ଠ ଅସନ୍ତୁଷ୍ଟ ବିଜେପି ନେତାଙ୍କୁ ମନେଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା କରି ପୂର୍ବ ରାଜ୍ୟ ସମ୍ପାଦକ ତୁଷାର ଜେନା, ପୂର୍ବ ଜିଲ୍ଲା ସଭାପତି ଦୀନବନ୍ଧୁ ପତି, ଅକ୍ଷୟ ସାହୁ ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ନେତୃତ୍ୱ ସହିତ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଏବଂ ଜିଲ୍ଲାର କିଛି ତୁଙ୍ଗ ନେତା ଆଲୋଚନାବେଳେ ସାମିଲ ହୋଇଥିଲେ । ପୂର୍ବ ମନୋମାଳିନ୍ୟକୁ ଭୁଲି ଦଳ ପାଇଁ କାମ କରିବାକୁ ରାଜ୍ୟ ସଭାପତି ପରାମର୍ଶ ଦେଇଥିଲେ । ଏହାର ସୁଫଳ ମଧ୍ୟ ଆଜି ନାମାଙ୍କନପତ୍ର ଦାଖଲ ବେଳେ ଦେଖିବାକୁ ମିଳିଥିଲା । ଏହି ଅସନ୍ତୁଷ୍ଟ ନେତାମାନେ ରାଲିରେ ସାମିଲ ହେବା ଦଳୀୟ ଏକତାକୁ ପ୍ରମାଣ କରିଥିବା ଆଲୋଚନା ହେଉଛି ।

ପ୍ରସ୍ତୁତି ବୈଠକ
ମଣ୍ଡେଇ ପାଇଁ ୨୯ରେ ଲୋଗ ଉନ୍ମୋଚନ (ଫ-୪)
ନବରଙ୍ଗପୁର,୧୧ା୧୦/ଏନ୍‌ଏନ୍‌ଏସ୍‌: ଜିଲ୍ଳାର ଐତିହ ଓ ସଂସ୍କୃତିର ପ୍ରତୀକ ମଣ୍ଡେଇ ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହେଉଛି । ଏହା ସେହି ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପଲ୍ଲୀଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯାଇଛି । ନଭେମ୍ବର ମାସ ୨୯ ତାରିଖରେ ମଣ୍ଡେଇ ଲୋଗୋ ଉଦ୍‌ଘାଟନ କରାଯିବ । ଏହି ଉଦ୍‌ଘାଟନ ଉତ୍ସବ ବେତାଳଗଡ଼ରେ ଅନୁଷ୍ଠିତ ହେବ । ଏ ନେଇ ଏକ ପ୍ରସ୍ତୁତି ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବୈଠକରେ ମଣ୍ଡେଇକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟିମାନ ଗଠନ କରାଯାଇଛି । ଅଭ୍ୟର୍ଥନା କମିଟିରେ ଜିଲ୍ଲାପାଳ, ସାଂସଦ, ବିଧାୟକ, ପୌର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ଏଡିଏମ୍‌, ଉପଜିଲ୍ଲାପାଳ ରହିଛନ୍ତି । ଅର୍ଥକମିଟିରେ ଜିଲ୍ଲାପରିଷଦ ସିଇଓ ରତ୍ନାକର ସାହୁ ଅଧ୍ୟକ୍ଷ ରହିଛନ୍ତି । ଖାଦ୍ୟ କମିଟିରେ ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜିବ ସାହୁ ଅଧ୍ୟକ୍ଷ ରହିଛନ୍ତି । ଆକୋମୋଡେସନ୍ କମିଟିରେ ଉପଜିଲ୍ଲାପାଳ ଅଧ୍ୟକ୍ଷ, ମଞ୍ଚ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ମିଶ୍ର, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଡିଆଇପିଆର୍‌ଓ ରହିଛନ୍ତି । ସ୍ମରଣିକା କମିଟିର ଅଧ୍ୟକ୍ଷ ବିଜୟ ଚୌଧୁରୀ ରହିଥିବାବେଳେ ପୁରସ୍କାର କମିଟିର ଅଧ୍ୟକ୍ଷ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର ରହିଛନ୍ତି । ଉଦ୍‌ଘୋଷକ କମିଟି, ସାଂସ୍କୃତିକ କମିଟି, ସେଚ୍ଛାସେବୀ, ପ୍ରସେଶନ ଆଦି କମିଟିମାନ ଗଠନ କରାଯାଇଛି । ଉକ୍ତ ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସମେତ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ସୁରେଶ ମହାନ୍ତି,ତାପସ ତ୍ରୀପାଠୀ,ଡଃ ସଂଯୁକ୍ତା ପଣ୍ଡା, ଦିଲ୍ଲୀପ ହୋତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମଣ୍ଡେଇକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲାପରିଷଦ ସିଇଓ ରତ୍ନାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଗତ ଦୁଇବର୍ଷ ଧରି କୋଭିଡ୍ ପାଇଁ ମଣ୍ଡେଇ ବନ୍ଦ ରହିଥିଲା । ଦୁଇବର୍ଷ ପରେ ହେଉଥିବାରୁ ଜିଲ୍ଲାବାସୀ ଉତ୍ସୁକତାର ସହ ମଣ୍ଡେଇକୁ ଅପେକ୍ଷା କରିଛନ୍ତି ।

Comments are closed, but trackbacks and pingbacks are open.