ହାତୀଙ୍କୁ ଜଗିବେ ‘ଗଜସାଥୀ’: ମୁଖ୍ୟମନ୍ତ୍ରୀ

49

ଭୁବନେଶ୍ୱର: ହାତୀଙ୍କୁ ଜଗିବେ ‘ଗଜସାଥୀ’ । ଏହା ଦ୍ୱାରା ରାଜ୍ୟରେ ହାତୀ-ମଣିଷ ଲଢ଼େଇ ସଂଖ୍ୟା ହ୍ରାସ ପାଇବ । ସାରା ରାଜ୍ୟରେ ୮୦୦ ଗ୍ରାମର ଲୋକଙ୍କୁ ଏଥିରେ ସାମିଲ କରାଯାଇଛି ।
ଅନ୍ୟପକ୍ଷରେ ନନ୍ଦନକାନନକୁ ଆନ୍ତର୍ଜାତିକ ପ୍ରାଣୀ ଉଦ୍ୟାନ କରିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହେଉଛି ।
ଶନିବାର ୬୮ତମ ବନ୍ୟାପ୍ରାଣୀ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ହାତୀ-ମଣିଷ ଲଢ଼େଇ ସମସ୍ୟା ବଢ଼ି ବଢ଼ି ଯାଉଥିଲା । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଗଠନ ହୋଇଛି ଗଜସାଥୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ବନ୍ୟପ୍ରାଣୀ ଅଭୟାଣ୍ୟରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ । ଜୀବଜନ୍ତୁଙ୍କ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେଭଳି ଅଧିକାର ରହିଛି, ଜୀବଜନ୍ତୁଙ୍କର ମଧ୍ୟ ସମାନ ଅଧିକାର ରହିଛି । ତେଣୁ ରାଜ୍ୟ ସରକାର ବନ୍ୟଜନ୍ତୁ ସୁରକ୍ଷା ପାଇଁ ଯୁଗ୍ମ ଟାକ୍ସ ଫୋର୍ସ ଗଠନ କରିଛନ୍ତି । ବନ୍ୟଜନ୍ତୁଙ୍କ ଦାଉରୁ ରକ୍ଷା କରିବାକୁ ୬ଟି ଗାଁର ୪୭୯ ପରିବାରଙ୍କୁ ସ୍ୱେଚ୍ଛାକୃତ ଭାବେ ସ୍ଥାନାନ୍ତର କରାଯାଇଛି । ବନ୍ୟଜନ୍ତୁଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ଅନୁକମ୍ପା ଯୋଜନା ଆରମ୍ଭ କରାଯାଇଛି । ଏହି ଅନ୍‌ଲାଇନ୍ ଯୋଗେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିର ପରିବାର ଲୋକ ଅନ୍‌ଲାଇନ୍ ଯୋଗେ ଆବେଦନ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.