ଦୃଷ୍ଟିହୀନ ମହିଳା କ୍ରିକେଟ୍ ବିଶ୍ୱକପ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

34

ବ୍ରିଟେନ୍ ର ବର୍ମୀଂହାମ୍ ସହରରେ ୨୦୨୩ ଅଗଷ୍ଟ ରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ଦୃଷ୍ଟିହୀନ ମହିଳା କ୍ରିକେଟ୍ ବିଶ୍ୱକପ। ୨୦୨୩ ମସିହା ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦୃଷ୍ଟିହୀନ ମହିଳା କ୍ରିକେଟ୍ ବିଶ୍ୱକପ ପରିପ୍ରେକ୍ଷୀରେ Samarthnam Trust for the Disabled ସହାୟତା ରେ ୨୦୨୩ ଫ୍ରେବୁୟାରୀ ମାସରେ ଏକ ଜାତୀୟ ସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଂଟ ର ଫଳାଫଳ ଓ ପୂର୍ବ ଅନୁଭୂତି ଆଧାରରେ ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳ ଗଠନ କରାଯିବ।
୨୦୧୯ ମସିହାରେ ଦୃଷ୍ଟିହୀନ ମହିଳା କ୍ରିକେଟର୍ ମାନଙ୍କୁ ପ୍ରଥମ ଜାତୀୟ ଟୁର୍ଣ୍ଣାମେଣ୍ଟ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ ଚାମ୍ପିୟାନ୍ ହୋଇଥିଲା। ୨୦୨୨ ଫ୍ରେବୁୟାରୀ ମାସରେ ୨ୟ ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ ୨ୟ ସ୍ଥାନ ଅଧିକାର କରି ରନର୍ସ-ଅପ ହୋଇଥିଲା। ତେବେ ଆଗାମୀ ଦୃଷ୍ଟିହୀନ ମହିଳା ବିଶ୍ୱକପ ରେ ସ୍ଥାନ ପାଇବା ପାଇଁ ଓଡିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ Samarthanam Trust ଓ CABI ସହ ମିଶି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦୃଷ୍ଟିହୀନ ମହିଳାମାନଙ୍କୁ ନେଇ କ୍ରିକେଟ୍ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ ସଂକ୍ରାନ୍ତିୟ ତାଲିମ୍ କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା କରି ଆସୁଅଛି।

ଭାରତରେ ଦୃଷ୍ଟିହୀନ କ୍ରିକେଟ୍ ସଂଘ ଜରିଆରେ ଦୃଷ୍ଟିହୀନ ମାନଙ୍କ ପାଇଁ କ୍ରୀଡ଼ା ଓ ଆଜିବିକା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ସମର୍ଥନମ ବିଶ୍ୱାସ କରେ।କ୍ରୀଡା ଏକ ସ୍ଥାୟୀ ଓ ଅନ୍ତର୍ନିବେଶୀ ସମାଜ ଗଠନ କରେ। ତେଣୁ କ୍ରିକେଟ୍,ଆତ୍ମରକ୍ଷା ତଥା ସରକାରୀ ଯୋଜନା ର ଶୁଭଫଳ ଦୃଷ୍ଟିହୀନ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବା ପାଇଁ ଏବଂ ଦୃଷ୍ଟିହୀନ ମହିଳା ମାନଙ୍କୁ ସଶକ୍ତ ଓ ସଙ୍ଘଠିତ କରିବା ସହିତ କ୍ରୀଡା କ୍ଷେତ୍ରରେ ଅଗ୍ରଗତି ହାସଲ କରିବା ପାଇଁ ସମର୍ଥନମ୍ ଟ୍ରଷ୍ଟ ନିଷ୍ଠାର ସହ କାର୍ଯ୍ୟ କରେ।

ଅଂଶ ଗ୍ରହଣ କରିବା ପାଇଁ ଆଗ୍ରହୀ ଦୃଷ୍ଟିହୀନ ଯୁବକ ଓ ଯୁବତୀ ମାନେ ଆମ ରାଜ୍ୟ ବୋର୍ଡ଼ ସହ ଯୋଗାଯୋଗ କରିପାରିବେ।

Comments are closed, but trackbacks and pingbacks are open.