ଏସ୍କର୍ଟ ସର୍ଭିସ୍‌ ନାଁରେ ଅନୈତିକ କାର୍ଯ୍ୟ,ସାଇବର ଥାନା ପୋଲିସର ଚଢ଼ାଉ

30

ଭୁବନେଶ୍ୱର : ଏସ୍କର୍ଟ ସର୍ଭିସ୍‌ ନାଁରେ ସାଇବର ଠକେଇ I ଏଥିରେ ସାମିଲ ଅଛନ୍ତି ଯୁବତୀ ମାନଙ୍କ ଏକ ଗ୍ୟାଙ୍ଗ I ଏହି ଗ୍ୟାଙ୍ଗ ଅପରେଟ୍‌ କରୁଥିଲେ ଜଣେ ଯୁବତୀ I ଗୁଗୁଲ ସାଇଟରେ ଝିଅ ମାନଙ୍କର ଫୋଟ ଲଗାଇ ଲୋଭନୀୟ ଆଡ଼ ଦେଉଥିଲେ ଏହି ଗ୍ୟାଙ୍ଗ I ଏଥିରେ ଯୁବକମାନେ ଫସିଗଲେ ସେମାନଙ୍କୁ ଅନଲାଇନ ରେ ପେମେଣ୍ଟ କରିବାକୁ କୁହାଯାଇ ଭୁବନେଶ୍ୱର ଡକାଯାଉଥିଲା I କିନ୍ତୁ ଭୁବନେଶ୍ୱର ପହଁଚିଲା ପରେ ଏହି ଗ୍ୟାଙ୍ଗ ର ଯୁବତୀମାନେ ଆଉ ଧରାଛୁଆଁ ଦେଉନଥିଲେ I ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ମାଷ୍ଟରମାଇଣ୍ଡ ଦଲାଲ ସୁଶାନ୍ତ ପାତ୍ର ସହିତ ପତ୍ନୀ ଓ ଦୁଇ ଯୁବତୀଙ୍କ ଜରିଆରେ ଚଳାଇଥିଲେ ଏହି କାରବାର। ଠକାମୀରେ ଶିକାର ହୋଇଥିବା ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଛି।

ସୂଚନାନୁସାରେ ୱେବସିରିଜ୍ର ଜାମତରା ଗ୍ୟାଙ୍ଗ ଭଳି ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ରହି କ୍ରାଇମ ସିଣ୍ଡିକେଟ ଚଲାଇଥିଲେ । ଏସକର୍ଟ ସେବା ଚାହୁଁଥିବା ଗ୍ରାହକ ଯୋଗାଯୋଗ କରିବା ପରେ ହୋଟେଲରେ ଝିଅ ଯୋଗାଇ ଦେବାକୁ କହି ଫୋନ କରୁଥିଲେ ଗ୍ୟାଙ୍ଗର ସଦସ୍ୟ I ଦେହ ବ୍ୟବସାୟ ପାଇଁ ଜଣେ ଯୁବକଙ୍କ ଠାରୁ ୨୭ ହଜାର ଟଙ୍କାରୁ ଅଧିକ ଠକିଥିଲା ଏହି ଯୁବତୀ । ପୂର୍ବରୁ ୯ରୁ ଅଧିକ ଲୋକଙ୍କୁ ଯୁବତୀ ଠକିଥିବା ଜଣାପଡ଼ିଛି । ରୁମ୍ ବୁକ୍ କରିବା ସହିତ ସେମାନଙ୍କ ଠାରୁ ଟଙ୍କା ନିଅନ୍ତି । ହେଲେ ରୁମକୁ ଗଲା ପରେ କୌଣସି ଝିଅ ନଥାନ୍ତି । ଏହି ଘଟଣାରେ ୪ ଜଣ ସମେତ ଜଣେ ଯୁବତୀଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ୍ । ଭୁବନେଶ୍ୱରକୁ ଡକାଇ ଭକୁଆ ବାନାନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ୧୫ ଟି ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ନଗଦ ୮୭ ହଜାର ଟଙ୍କା ସହିତ ୧୧ଟି ମୋବାଇଲ ଫୋନ୍ ଏବଂ ପୁଳା ପୁଳା ସିମ୍‌ କାର୍ଡ, କ୍ୟୁଆର୍‌ କୋଡ୍‌ ସ୍କାନ୍‌ର ମଧ୍ୟ ଜବତ କରିଛି ପୋଲିସ୍‌ ।

Comments are closed, but trackbacks and pingbacks are open.