ପିୟୁସି ନଥିଲେ ଦିଲ୍ଲୀରେ ମିଳିବନି ପେଟ୍ରୋଲ ଓ ଡିଜେଲ୍‌

49

ନୂଆଦିଲ୍ଲୀ : ପଲ୍ୟୁସନ୍ ଅଣ୍ଡର୍ ସାର୍ଟିଫିକେଟ୍ (ପିୟୁସି) ନଥିଲେ ଅକ୍ଟୋବର ୨୫ ତାରିଖରୁ ଦିଲ୍ଲୀର ବାହାନ ଚାଳକଙ୍କୁ ପେଟ୍ରୋଲ୍ ଓ ଡିଜେଲ୍ ମିଳିବ ନାହିଁ । ଏହା କହିଛନ୍ତି ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଆଗାମୀ ଶୀତଋତୁରେ ଦିଲ୍ଲୀରେ ବଢ଼ିବାକୁ ଥିବା ପ୍ରଦ୍ୟୁଷଣକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଦିଲ୍ଲୀ ୧୫ ପଏଣ୍ଟର ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ୍ ପ୍ଲାନ୍ (ଜିଆର୍‌ଏପି) ଏବଂ ୱିଣ୍ଟର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି, ଯାହା କଡ଼ାକଡ଼ି ଭାବେ ପାଳନ କରାଯିବ । ଏଥିପାଇଁ ଦିଲ୍ଲୀ ସଚିବାଳୟରେ ଏକ ୨୪ ଘଣ୍ଟିଆ ଗ୍ରୀନ୍ ୱାର୍ ରୁମ୍ ଗଠନ କରାଯାଇଛି । ଏହି ୱାର୍ ରୁମ୍ ଅକ୍ଟେବାର ୩ ତାରିଖରୁ ଲଞ୍ଚ୍ ହୋଇଯିବ । ମନ୍ତ୍ରୀ ଗୋପାଳ ରାୟ ପରିବେଶ ମନ୍ତ୍ରଣାଳୟର ସମସ୍ତ ବିଭାଗକୁ ଆଲର୍ଟ କରିଦେଇଛନ୍ତି । ସେ କହିଛନ୍ତି, ଏନ୍‌ସିଆର୍ ଅଞ୍ଚଳରେ ଜିଆର୍‌ଏପିକୁ ନେଇ ଲୋକଙ୍କ ମଧ୍ୟରେ ଗମ୍ଭୀରତା ଦେଖିବାକୁ ମିଳୁନାହିଁ । ଗ୍ରୀନ୍ ଦିଲ୍ଲୀ ଆପ୍ ଜରିଆରେ ଏଥିରେ ଜନଭାଗୀଦାରୀକୁ ବୃଦ୍ଧି କରିବୁ ।
ଗୋପାଳ ରାୟଙ୍କ ଅନୁସାରେ ଅକ୍ଟୋବର ୬ରୁ ଦିଲ୍ଲୀରେ ଆଣ୍ଟି ଡଷ୍ଟ୍ କ୍ୟାମ୍ପେନ୍ ଆରମ୍ଭ କରାଯିବ । ଏଥିପାଇଁ ୫୦୦ ସ୍କୋୟାର୍ ମିଟରରୁ ଅଧିକ କନ୍‌ଷ୍ଟ୍ରକ୍‌ସନ୍ ସାଇଟ୍‌କୁ ୱେବ୍ ପୋର୍ଟାଲ୍‌ରେ ରେଜିଷ୍ଟର୍ କରାଯିବା ବାଧ୍ୟତାମୂଳକ । ଏହା ବ୍ୟତୀତ ପାଞ୍ଚ ହଜାର ସ୍କୋୟାର୍ ମିଟରରୁ ଅଧିକ ସାଇଟ୍‌ରେ ସ୍ମଗ୍ ଲଗାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ପଲ୍ୟୁସନ୍ ପ୍ରିଭେଣ୍ଟସନ୍ ପାଇଁ ଯେଉଁ ଘରୋଇ କମ୍ପାନୀ କାର‌୍ୟ୍ୟ କରୁଛନ୍ତି, ସେମାନେ ଏହାର ପ୍ରସ୍ତୁତି ଆରମ୍ଭ କରିନେବା ଆବଶ୍ୟକ ।

Comments are closed, but trackbacks and pingbacks are open.