ଏମକେସିଜି ଡାକ୍ତରଖାନା:ହାଉସ୍‌ ସର୍ଜନ ଡାକ୍ତର ଓ ନର୍ସ ହାତାହାତି

53

ଏମକେସିଜି ଡାକ୍ତରଖାନା ପରିସର ଭିତରେ ହାଉସ୍‌ ସର୍ଜନ ଓ ନର୍ସଙ୍କ ତୁମୁଳକାଣ୍ଡ I ସୁପରିଣ୍ଟେଣ୍ଡେଣ୍ଟଙ୍କ ସମ୍ମୁଖରେ ହାତାହାତି ହେଲେ ହାଉସ୍‌ ସର୍ଜନ ଡାକ୍ତର ଓ ନର୍ସ।ଫଳରେ ଉଭୟ ନର୍ସ ସଂଘ ଓ ହାଉସ ସର୍ଜନ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟବନ୍ଦ ଯୋଗୁ ରୋଗୀ ସେବା ବ୍ୟାହତ ହୋଇଥିବା ଆଲୋଚନା ହେଉଛି।

ସୂଚନାନୁସାରେ ଗୁରୁବାର ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ। ହେଲେ ସେଠାରେ କାର୍ଯ୍ୟରତ ନର୍ସମାନେ ଶର୍କରା ପରୀକ୍ଷା କରିନଥିଲେ।

ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶୁକ୍ରବାର ସକାଳେ ଉଭୟ ପକ୍ଷର ୧୦୦ରୁ ଅଧିକ ଡାକ୍ତର ଓ ନର୍ସ ପୃଥକ୍‌ ଭାବେ ଅଧିକ୍ଷକଙ୍କ ପାଖରେ ଜମା ହୋଇଥିଲେ। ସେଠାରେ ସେମାମଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ହାତାହାତି ହୋଇଥିଲେ। ଏବେ ନର୍ସଙ୍କ ଧାରଣା ଜାରି ରହିଛି । ବୈଦ୍ୟନାଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଠା କରୁଛି ।

Comments are closed, but trackbacks and pingbacks are open.