ଘୁଞ୍ଚିଲା କାର୍‌ରେ ୬ଟି ଏୟାରବ୍ୟାଗ ରହିବା ନିୟମ, ଆସନ୍ତା ବର୍ଷ ହେବ ବାଧ୍ୟତାମୂଳକ

48

ନୂଆଦିଲ୍ଲୀ: କାର୍‌ରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ସରକାର ଏକ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏବେ ଅକ୍‌ଟୋବର ୨୦୨୩ରୁ କାର୍‌ରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ସରକାର । ଏନଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି । ତେବେ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସମସ୍ୟା ଯୋଗୁଁ ୬ଟି ଏୟାରବ୍ୟାଗ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାଶ୍ୱର୍ବର୍ତ୍ତୀ ଧକା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସିଏମଭିଆର) ୧୯୮୯ରେ ସଂଶୋଧନ ଅଣାଯାଇ ସୁରକ୍ଷା ବୈଶିଷ୍ଟ୍ୟରେ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଅକ୍‌ଟୋବର ପହିଲା ୨୦୨୨ ପରେ ନିର୍ମିତ ଏମ୍‌୧ ବର୍ଗର ବାହାନଗୁଡ଼ିକରେ ଦୁଇ ପାଶ୍ୱର୍ / ସାଇଡ ଟର୍ସୋ ଏୟାର ବ୍ୟାଗ ଏବଂ ଦୁଇ ପାଶ୍ୱର୍ ପରଦା/ଟୁ୍ୟବ ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ ବୋଲି କୁହାଯାଇଥିଲା । ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଜାନୁଆରି ୧୪, ୨୦୨୨ରେ ଏକ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଥିଲା ଯେ, ଗାଡ଼ିର ଆଗ ଧାଡ଼ିରେ ଆଉଟ ବୋର୍ଡ ସିଟିଂ ପୋଜିସନ ବା କଡ଼ ସିଟରେ ବସୁଥିବା ଦୁଇଜଣ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଲେଖାଏଁ ଦୁଇ ପାଶ୍ୱର୍ / ସାଇଡ ଟର୍ସୋ ଏୟାର ବ୍ୟାଗ ଲଗାଯିବ । ସେହିପରି ପଛ କଡ଼ ସିଟରେ ବସୁଥିବା ପ୍ରତ୍ୟେକଙ୍କ ପାଇଁ ଦୁଇ ପାଶ୍ୱର୍ ପରଦା/ଟୁ୍ୟବ ଏୟାର ବ୍ୟାଗ ଲଗାଯିବ । ୮ଟି ସିଟ୍‌ ଥିବା କାରରେ ୬ଟି ଏୟାରବ୍ୟାଗ ସୁବିଧା ରହିବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.