ଦିଲ୍ଲୀ ଏୟାରପୋର୍ଟରେ ମିଳିବ ପ୍ରଥମ ୫ଜି ସେବା

26

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶର ୧୩ଟି ସହରରେ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେବାକୁ ଉଦ୍‌୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ୫ଜି ସେବା ଯୋଗାଇବାରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର ଦେଶର ପ୍ରଥମ ଏୟାରପୋର୍ଟଭାବେ ମାନ୍ୟତାଲାଭ କରିବାକୁ ଯାଉଛି । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି । ଯେଉଁ ବିମାନଯାତ୍ରୀଙ୍କ ନିକଟରେ ୫ଜି ସେବା ଯୋଗ୍ୟ ମୋବାଇଲ ଫୋନ୍‌/ସିମ୍‌କାର୍ଡ ଥିବ, ସେମାନେ ଏୟାରପୋର୍ଟ ପରିସରରେ ଏହି ସୁଯୋଗ ହାସଲ କରିପାରିବେ ବୋଲି କୁହାଯାଇଛି । ଯାତ୍ରୀଙ୍କୁ ୨୦ ଗୁଣ ଅଧିକ ସ୍ପିଡ୍‌ରେ ଇଣ୍ଟରନେଟ୍ ସେବା ମିଳିବ ।

Comments are closed, but trackbacks and pingbacks are open.