ଅଜବ ମୋବାଇଲ

152

ଆଜିକାଲି ବିଭିନ୍ନ ନାମିଦାମୀ ବ୍ରାଣ୍ଡ ଭିନ୍ନ ଭିନ୍ନ ପ୍ରକାର ସ୍ମାର୍ଟଫୋନ୍ ତିଆରି କରୁଛନ୍ତି । ଅବଶ୍ୟ ଏ ସବୁ ଦେଖିବାକୁ ଏକାପ୍ରକାରର । କିଛି ସ୍ମାର୍ଟଫୋନ୍ ଏଭଳି ଅଛି, ଯାହାର ଡିଜାଇନ ଅନ୍ୟ ସ୍ମାର୍ଟଫୋନ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଗାଡ଼ି ଚାବି ଆକୃତି ମୋବାଇଲ: ‘କ୍ୱିକ୍ ସେଲ୍ ଫ୍ଲିପ୍‌’ ମୋବାଇଲ ଫୋନ୍ ଦେଖିବାକୁ ଅବିକଳ ଗାଡ଼ି ଚାବି ସଦୃଶ । ସେଥିପାଇଁ ଫୋନ୍‌ଟି ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଥାଏ । ଏହାର ଡିସ୍‌ପ୍ଲେ ୧.୫୫ ଇଞ୍ଚ । ସେହିପରି ଇଂରାଜି ସମେତ ଉକ୍ତ ମୋବାଇଲ ୨୨ ପ୍ରକାର ଭାଷାକୁ ସପୋର୍ଟ କରିଥାଏ । ଏପରିିକି ଏଥିରେ ବ୍ଲୁଟୁଥ୍ ସୁବିଧା ଉପଲବ୍ଧ ।
ଗାଲେକ୍ସି ଷ୍ଟାର୍ ମିନି: ଏହାର ନାଁରୁ ସ୍ପଷ୍ଟ ହେଉଛି ଯେ, ଏହା ଦେଖିବାକୁ ଅତି କ୍ଷୁଦ୍ର । ତେବେ ଏହା ଏତେ କ୍ଷୁଦ୍ର ଯେ ହାତରେ ଜାବୁଡ଼ି ଧରିଲେ ଲୁଚି ରହିଯାଏ । ୪ଜି ଯୁକ୍ତ ଏହି ମୋବାଇଲରେ ଡୁଆଲ ସିମ୍‌ର ସୁବିଧା ଅଛି । ଏହା ବାଦ୍ ୫୦୦ କଂଟାକ୍ଟସ ଏବଂ ୧୦୦ ଏସ୍‌ଏମ୍‌ଏସ୍ ଷ୍ଟୋର୍ କରିବାକୁ ଏହି ମୋବାଇଲ ସକ୍ଷମ ।
କଲମ ସଦୃଶ ଫୋନ୍‌: ଓଳବକ୍ଷକ୍ଷ କେ-୮୦ ସ୍ମାର୍ଟଫୋନ୍ ଦେଖିବାକୁ ଅବିକଳ କଲମ ସଦୃଶ । ସେଥିପାଇଁ ଏହାକୁ ପ୍ରଥମେ ଫୋନ୍ ବୋଲି ସହଜରେ କେହି ବିଶ୍ୱାସ କରି ନ ଥାନ୍ତି । ଏହାର ଡିସ୍‌ପ୍ଲେ ହେଉଛି ୦.୯୬ ଇଂଚ । ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ଏଥିରେ ୮ଜିବି ପର୍ଯ୍ୟନ୍ତ ଡାଟା ସହଜରେ ଷ୍ଟୋର୍ କରିବା ସମ୍ଭବ । ଏଥିରେ ଫ୍ଲାସ୍‌ଲାଇଟ୍ ଓ ରିୟର କ୍ୟାମେରା ସୁବିଧା ଅଛି ।
ଫିଙ୍ଗର୍ ଫୋନ୍‌: କରମଷବକ୍ଟୟବ କ୧୦ ଫୋନ୍‌ର ଆକାର ସବୁଠୁ ଛୋଟ । ସେଥିପାଇଁ ଏହାକୁ ‘ଫିଙ୍ଗର୍ ଫୋନ୍‌’ କୁହାଯାଏ । ସିଙ୍ଗଲ୍ ସିମ୍‌ଯୁକ୍ତ ଏହି ଫୋନ୍‌ର ଡିସ୍‌ପ୍ଲେ ୦.୬୬ ଇଞ୍ଚ । ଛୋଟ ଆକାର ପାଇଁ ଅନେକ ଏହାକୁ କିଣିବାକୁ ପସନ୍ଦ କରନ୍ତି ।
ଖେଳଣା ଆକାର ମୋବାଇଲ: ‘ସେନ୍‌କସିଆନ୍ ରକ’ ଫୋନ୍‌ର ଓଜନ ୭୫ ଗ୍ରାମ୍ । ଏହା ଦେଖିବାକୁ ପିଲାଙ୍କ ଖେଳଣା ଗାଡ଼ି ସଦୃଶ । କିନ୍ତୁ ଅସଲରେ ଏହା ଫୋନ୍ । ଏହି ମୋବାଇଲ ଡୁଆଲ ସିମ୍‌କୁ ସପୋର୍ଟ କରିଥାଏ । ଏମ୍‌ପି୩ ପ୍ଲେୟାର୍ ମଧ୍ୟ ଏଥିରେ ଉପଲବ୍ଧ । ତେବେ ଏହା ଦେଖିବାକୁ ସାଧାରଣ ଫୋନ୍‌ଠାରୁ ଭିନ୍ନ ହୋଇଥିବାରୁ ଏହାର ଚାହିଦା ଢ଼େର୍ ବେଶି ।

Comments are closed, but trackbacks and pingbacks are open.