ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

34

ଭୁବନେଶ୍ୱର : ପୁରୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟଙ୍କ ସନ୍ଦେହଜନକ ମୃତ୍ୟୁ I ଗତକାଲି ବିଳମ୍ବିତ ରାତିରେ ସେ ଘରକୁ ଫେରିଥିଲେ I ଏହାପରେ ସେ ନିଜ ବାଲକୋନୀରେ ବେକରେ ଗାମୁଛା ଗୁଡ଼ାଇ ହୋଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଆଜି ସକାଳେ ଭୁବନେଶ୍ୱରସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଏ ସମ୍ପର୍କରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ଦେଇଥିବା ନେଇ ଖବର ମିଳିଛି I ପୁଲିସ୍‌ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ ଆଜି ଭୁବନେଶ୍ବର ଧଉଳି ଥାନା ଶିଶୁପାଳଗଡ଼ ଲକ୍ଷ୍ମୀ ବିହାରସ୍ଥିତ ଘରୁ ମିଳିଥିଲା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ । ପାରିବାରିକ ଅଶାନ୍ତି କୁ ନେଇ ୧୫ଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଧର୍ମେନ୍ଦ୍ର । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ । ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ । ଜଣେ ପ୍ରତିଷ୍ଠିତ ରାଜନେତା ହୋଇଥିବା ସତ୍ତ୍ୱେ ତାଙ୍କ ପାରିବାରିକ ଜୀବନ ସୁରୁଖୁରୁରେ ଚାଲି ନ ଥିବା ସୂଚନା ମିଳିଛି। ଏପରିକି ଅଧିକାଂଶ ସମୟରେ ନିଶାସକ୍ତ ରହୁଥିବା ବେଳେ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା କହିଛନ୍ତି ତାଙ୍କ ଶ୍ୱଶୁର ।

ମାତ୍ର ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ନିଜ ଫେସବୁକ୍ ପେଜ୍‌ରେ କରିଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଯେଉଁଥିରେ ସେ ଲେଖିଛନ୍ତି-ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ। ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସଂପର୍କ ରହିଛି, ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ବଡ଼ ସସ୍‌ପେନ୍ସ ସୃଷ୍ଟି ହୋଇଛି। ତେବେ ପୁଲିସ୍‌ ଧର୍ମେନ୍ଦ୍ରଙ୍କ ଫୋନ୍‌ ୨ଟି ଜବତ କରିଛି ନା ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି

Comments are closed, but trackbacks and pingbacks are open.