ଡ. ଏମ୍ ଶ୍ରୀନିବାସ ଦିଲ୍ଲୀ ଏମ୍ସର ନୂଆ ନିର୍ଦ୍ଦେଶକ

109

ନୂଆଦିଲ୍ଲୀ: ଡ. ଏମ୍ ଶ୍ରୀନିବାସ ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ଏ ସମ୍ପର୍କରେ ଆଦେଶ ଜାରି କରିଛି । ସେ ଡ. ରଣଦୀପ ଗୁଲେରିଆଙ୍କ ସ୍ଥାନ ନେବେ । ଡ. ଶ୍ରୀନିବାସ ଏବେ ହାଇଦ୍ରାବାଦସ୍ଥିତ ଇଏସ୍‌ଆଇସି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ଡିନ୍ ଅଛନ୍ତି । ୨୦୧୬ରେ ଏଠାରେ ଯୋଗଦେବା ପୂର୍ବରୁ ଡ. ଶ୍ରୀନିବାସ ଦିଲ୍ଲୀ ଏମ୍ସର ପିଡିଆଟ୍ରିକ୍ ସର୍ଜରୀ ବିଭାଗରେ ପ୍ରଫେସର ଥିଲେ । ତାଙ୍କ ନିଯୁକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍ ନିଯୁକ୍ତି କମିଟି (ଏସିସି) ମଞ୍ଜୁରୀ ପ୍ରଦାନ କରିଛି । ଆଦେଶ ଅନୁସାରେ ଏହି ନିଯୁକ୍ତି ପଦଭାର ସମ୍ଭାଳିବା ଦିନଠାରୁ ୫ ବର୍ଷ କିମ୍ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ । ଏହି ନିଯୁକ୍ତି ଆଦେଶ ସେପ୍ଟେମ୍ବର ୯ ତାରିଖରେ ଜାରି କରାଯାଇଥିଲା । ମାତ୍ର ସରକାର ଏକ ନୂଆ ଆଦେଶ ଜାରିକରି ଏହି ତାରିଖରେ ପରିବର୍ତ୍ତନ କରି ସେପ୍ଟେମ୍ବର ୨୩ କରିଥିଲେ ।
ମାର୍ଚ୍ଚ ୨୪ ତାରିଖରେ ଅବସର ନେବାକୁ ଥିବା ଡ. ଗୁଲେରିଆଙ୍କ କାର୍ଯ୍ୟକାଳକୁ ଜୁନ୍ ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

Comments are closed, but trackbacks and pingbacks are open.