୨ ଜଣ ‘ମୋ ବସ’ଲୁଟେରାଙ୍କୁ ଧରିଲା ପୋଲିସ

25

‘ମୋ ବସ୍‌’ରୁ ଚୋରି କରୁଥିବା ସମୟରେ ଦୁଇ ଲୁଟେରାଙ୍କୁ ଧାଇଁଛି ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ ସହ ମନିପର୍ସ ଜବତ ହୋଇଛି । ଏହି ମୋବାଇଲ୍ ଫୋନ୍ ଓ ମନିପର୍ସ ଦୁଇ ଜଣ ଛାତ୍ରୀଙ୍କ ନିକଟରୁ ସେମାନେ ଚୋରି କରିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଗତ ଦୁଇ ଦିନ ଭିତରେ ୧୯ ନମ୍ବର ‘ମୋ ବସ’ ଭିତରୁ ଲଗାତାର ଚୋରି ହୋଇ ଆସୁଥିଲା I ପ୍ରଥମ ଦିନ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୧୫ ହଜାର ଚୋରି ହୋଇଥିଲା I ତା’ପରଦିନ ସମାନ ଢଙ୍ଗରେ ସେହି ୧୯ ନମ୍ବର ବସ ଭିତରୁ ଦୁଇଜଣ କଲେଜ ଛାତ୍ରୀଙ୍କର ମୋବାଇଲ ଫୋନ ସହ ମଣିପାରସ ଚୋରି ହୋଇଯାଇଥିଲା I ଏନେଇ ଦୁଇଟି ଯାକ ଘଟଣାର ସହିଦନଗର ଥାନାରେ ମାମଲା ୠଜୁକରାଯାଇଥିଲା I ପୋଲିସ ର ତନାଘନା ପରେ ଏହି ଗାଙ୍ଗର ପର୍ଦାଫାଶ କରିଥିଲା I ଏହି ଗ୍ୟାଙ୍ଗ ର ସଦସ୍ୟମାନେ ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳରୁ ଆସି ପାର୍ବଣ ପୂର୍ବରୁ ରାଜଧାନୀରେ ଲୁଟପାଟ୍ ଚଳାଇଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ଆଜି ମୋ ବସ୍‌ରେ ଲୁଟ୍ କରିବା ସମୟରେ ଧରାପଡ଼ିଛନ୍ତି। ସହିଦନଗର ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ ଓ ମନିପର୍ସ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସଂଜୟ ସିଂ ଓ ଗଣେଶ ପ୍ରଧାନ। ତେବେ ଏହି ଦୁଇଜଣଙ୍କ ବ୍ୟତୀତ ଗ୍ୟାଙ୍ଗରେ ଅନେକ ମହିଳା ସଦସ୍ୟ ରହିଛନ୍ତି। ପାର୍ବଣ ବେଳେ ଲୁଟ୍‌ପାଟ୍ କରିବା ଉଦ୍ଦେଶ୍ୟରେ ଏମାନେ ରାଜଧାନୀରେ ଘୂରି ବୁଲୁଛନ୍ତି।

Comments are closed, but trackbacks and pingbacks are open.