ମସ୍କରା ବିନା ମେକ୍‌ଅପ୍ ଅଧୁରା

27

ଆଖିକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଆଇ-ମେକ୍‌ଅପ୍ ପ୍ରଡକ୍ଟର ଆବଶ୍ୟକତା ଖୁବ୍ ବେଶି । ବିଶେଷକରି କଜଳଠୁ ଆରମ୍ଭ କରି ଆଇସ୍ୟାଡୋ, ଆଇଲାଇନର ଆବଶ୍ୟକ । ତେବେ ମସ୍କରା ବିନା ମେକ୍‌ଅପ୍ ଅଧୁରା ଲାଗିଥାଏ । ଅନେକ ସମୟରେ ମସ୍କରା ଶୁଖିଯାଏ । ଫଳରେ ଏହା ପୁନଃ ବ୍ୟବହାର ହୋଇ ନ ପାରିବା ଭାବି ଅନେକ ଫିଙ୍ଗି ଦିଅନ୍ତି । ମାତ୍ର କିଛି ଉପାୟ ଆପଣାଇ ଏହାକୁ ପୁଣି ଥରେ ବ୍ୟବହାର କରିବା ସମ୍ଭବ ।
– ଶୁଖିିଯାଇଥିବା ମସ୍କରାରେ ବେବି ଅଏଲ ମିଶାଇବା ଦ୍ୱାରା ତାହା ପୁଣି ବ୍ୟବହାର ଯୋଗ୍ୟ ହୋଇଥାଏ ।
– ଗରମ ପାଣିରେ ମସ୍କରାକୁ କିଛି ସମୟ ବୁଡ଼ାଇ ରଖିଲେ ତାହା ଲିକ୍ୱିଡ୍ ଫର୍ମକୁ ଆସିଥାଏ ।
– ମସ୍କରାକୁ ତରଳ କରିବା ପାଇଁ ସେଥିରେ ଘିକୁଆଁରି ଜେଲ୍ ବ୍ୟବହାର କରିପାରିବେ । ଏହା ଦ୍ୱାରା ମସ୍କରା ଠିକ୍ ହେବା ସହ ଆଖିପତା ମଧ୍ୟ ଘନ ହୋଇଥାଏ ।
– ଏହାକୁ ତରଳାଇବା ପାଇଁ ନଡ଼ିଆ ତେଲକୁ ମଧ୍ୟ ଉପଯୋଗ କରାଯାଇପାରିବ । ୩-୪ ବୁନ୍ଦା ନଡ଼ିଆ ତେଲ ମସ୍କରାରେ ମିଶାଇ କିଛି ସମୟ ରଖିଲେ ଏହା ଠିକ୍ ହୋଇଥାଏ ।

Comments are closed, but trackbacks and pingbacks are open.