ଗାଜଲବାଡ଼ି ଘାଟିରେ ଭୂସ୍ଖଳନ

17

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ଘଟିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ.ଜାତୀୟ ରାଜପଥସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ ରାସ୍ତା ଧସିବା ସହ ପାହାଡ଼ରୁ ପଥର ଖସିଥିବା ଦେଖିବାକୁ ମିଳିଛି । ଫଳରେ ଭାରୀଯାନ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦାରିଙ୍ଗବାଡ଼ି ଠାରୁ ସୋରଡ଼ା, ଆସ୍କା, ବ୍ରହ୍ମପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉକ୍ତ ରାସ୍ତା ଦେଇ କେବଳ ଦୁଇ ଚକିଆ ଯାନକୁ ହିଁ ଦାରିଙ୍ଗବାଡ଼ି ପୁଲିସ ପକ୍ଷରୁ ଅନୁମତି ଦିଆଯାଉଛି । ଦାରିଙ୍ଗବାଡ଼ି ପୁଲିସ ପକ୍ଷରୁ ଦାରିଙ୍ଗବାଡ଼ିସ୍ଥିତ ଡବେରି ଠାରେ ଚେକ୍‌ପୋଷ୍ଟ କରାଯାଇ ଭାରୀଯାନକୁ ଏହି ରାସ୍ତାରେ ଅନୁମତି ଦିଆଯାଉନାହିଁ । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱକ୍ରମେ ପୁଲିସ ଫୋର୍ସ ଉକ୍ତ ଚେକ୍ ପୋଷ୍ଟରେ ଜଗି ରହିଛନ୍ତି । ସେହିପରି ସୋରଡା ପୁଲିସ ପକ୍ଷରୁ ମଧ୍ୟ ଭାରୀଯାନ ସୋରଡା ଠାରୁ ଦାରିଙ୍ଗବାଡ଼ିକୁ ଛଡ଼ାଯାଉନାହିଁ । ଏଣୁ ସମସ୍ତ ଗଡ଼ି ଭଞ୍ଜନଗର, କଳିଙ୍ଗା, ଉଦୟଗିରି ଦେଇ ଯାତାୟାତ କରିପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.