ମୋଦିଙ୍କୁ ପ୍ରଶଂସା କଲେ ମମତା

31

କଲକାତା: ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଏଜେନି୍ସ ଦୁରୁପଯୋଗ ପଛରେ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ବିଜେପିର କେତେ ନେତା ନିଜର ସ୍ୱାର୍ଥ ପାଇଁ କେନ୍ଦ୍ରୀୟ ଏଜେନି୍ସକୁ ଦୁରୁପଯୋଗ କରୁଥିବାର ଏମିତି କହିଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । କେନ୍ଦ୍ରୀୟ ଏଜେନି୍ସର ଅତ୍ୟଧିକ ଉପଯୋଗ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ଏକ ପ୍ରସ୍ତାବ ଗୃହିତ ହୋଇଛି  । କେନ୍ଦ୍ରୀୟ ଏଜେନି୍ସର ଅତ୍ୟଧିକ ଉପଯୋଗକୁ ବନ୍ଦ କରିବା  ଲାଗି ମମତା ପ୍ରଧାନମନ୍ତ୍ରୀଙ୍କୁ  ନିବେଦନ କରିଛନ୍ତି  । ମମତା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ବିଜେପି ଦଳୀୟ ସ୍ୱାର୍ଥ ମିଶାଯିବା ଉଚିତ ନୁହେଁ  । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିଜେପି ବିରୋଧ କରିଥିଲା  । ବିରୋଧି ଦଳ ନେତା ଶୁଭେନ୍ଧୁ ଅଧିକାରୀ କହିଥିଲେ ସିବିଆଇ ଓ ଇଡି ବିରୋଧରେ ପ୍ରସ୍ତାବ ବିଧାନସଭା ନୀତି ଓ ନୀୟମର ପରିପନ୍ଥୀ  । ପ୍ରସ୍ତାବ ସପକ୍ଷରେ ୧୮୯ ଭୋଟ ପଡିଥିବାବେଳେ ବିରୋଧରେ ୬୯ଟି ଭୋଟ ପଡିଥିଲା  ।

Comments are closed, but trackbacks and pingbacks are open.