ପଢ଼ା ଘରେ ରଖନ୍ତୁ ଦେବୀ ସରସ୍ୱତୀଙ୍କ ମୂର୍ତ୍ତି

43

ପିଲାଙ୍କ ପଢ଼ାରେ ମନ ନ ଲାଗିବାର କାରଣ ବାସ୍ତୁଦୋଷ ହୋଇପାରେ । ବାସ୍ତୁ ଦୋଷ ଯୋଗୁଁ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୁଏ । ଫଳରେ ପିଲାଙ୍କ ଏକାଗ୍ରତା ପଢ଼ାରେ ରହେ ନାହିଁ । ଏଣୁ ପିଲାଙ୍କ ଷ୍ଟଡିରୁମ୍‌ରେ ପରିବର୍ତ୍ତନ କରିବା ଜରୁରି । ବାସ୍ତୁ ଅନୁସାରେ ପଢ଼ା ପାଇଁ ପୂର୍ବ ଓ ଉତ୍ତର ଦିଶାକୁ ଶୁଭ ବୋଲି କୁହାଯାଏ । ସେଥିପାଇଁ ଷ୍ଟଡିରୁମ୍‌ରେ ଷ୍ଟଡି ଟେବଲର ମୁଖ ପୂର୍ବ ଓ ଉତ୍ତର ଦିଶାକୁ ହେବା ଦରକାର । ଏହା ସହ ପଢା ଟେବଲରେ ଅଧିକ ବହି ରଖନ୍ତୁ ନାହିଁ । ଅଧିକ ବହି ଦେଖିବା ଦ୍ୱାରା ପିଲାଙ୍କୁ ପଢ଼ା ବୋଝ ଭଳି ଲାଗେ । ତେବେ ବାସ୍ତୁ ଅନୁସାରେ ପଢ଼ା ଘରେ ପଢ଼ା ଟେବଲରେ କ’ଣ ରଖିବା ଉଚିତ ଓ କ’ଣ ନୁହେଁ, ସେ ସମ୍ପର୍କରେ ଜାଣିବା ।

  • ଷ୍ଟଡ଼ି ଟେବଲର ପୂର୍ବ ଦିଗରେ ଦେବୀ ସରସ୍ୱତୀଙ୍କ ଫଟୋ ବା ମୂର୍ତ୍ତି ରଖନ୍ତୁ ।
  • କ୍ରିଷ୍ଟାଲ ଗ୍ଲୋବ ମଧ୍ୟ ପଢ଼ା ଟେବଲରେ ରଖିପାରିବେ ।
  • ପଢ଼ା ଘରେ ଜୋତା ଚପଲ ରଖନ୍ତୁ ନାହିଁ ।
  • ପୂର୍ବ ଓ ଦକ୍ଷିଣ ଦିଗରେ ମହମବତୀ ଜଳାଇଲେ ପିଲାଙ୍କ ମନ ପଢ଼ାରେ ଲାଗିଥାଏ । ଏହା ସହ ବୌଦ୍ଧିକ କ୍ଷମତା ବଢ଼ିଥାଏ ।
  • ପଢ଼ା ଟେବଲର ଠିକ୍ ସାମ୍ନାରେ ଦର୍ପଣ ଲଗାନ୍ତୁ ନାହିଁ । ଏହା ଦ୍ୱାରା ପିଲାଙ୍କର ପଢ଼ାରେ ଏକାଗ୍ରତା ରହେ ନାହିଁ ।

Comments are closed, but trackbacks and pingbacks are open.