ମହାଳୟା ଅମାବାସ୍ୟାର ଧାର୍ମିକ ମହତ୍ତ୍ୱ

40

ଆଗକୁ ଆସୁଛି ପବିତ୍ର ମହାଳୟା ଶ୍ରାଦ୍ଧ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ମହାଳୟା ହେଉଛି ଶେଷ ଦିନ । ଏହା ‘ପିତୃପର୍ବ’ ନାଁରେ ମଧ୍ୟ ପରିଚିତ । ଏହିଦିନ ପିତୃପୁରୁଷଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇ ପିଣ୍ଡଦାନ କରାଯାଏ । ସେହିପରି ହିନ୍ଦୁ ଧାର୍ମିକ ପରମ୍ପରା ଅନୁଯାୟୀ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠ । ଏହିଦିନ ଲୋକ ପବିତ୍ର ନଦୀରେ ସ୍ନାନ ସାରି ପୂର୍ବପୁରୁଷଙ୍କୁ ତର୍ପଣ, ପିଣ୍ଡଦାନ ଓ ଶ୍ରାଦ୍ଧ ଦିଅନ୍ତି । ଯେଉଁମାନେ ନିଜ ପିତୃପୁୁରୁଷଙ୍କ ମୃତ୍ୟୁ ତିଥି ଭୁଲିଯାଇଥାନ୍ତିି, ସେମାନେ ଏହିଦିନ ପିତୃପୁରୁଷଙ୍କ ନାଁରେ ପିଣ୍ଡଦାନ କରିଥାନ୍ତି । ତା’ସହ ପୂର୍ବପୁରୁଷଙ୍କ ଲାଗି ଦାନ, ଧର୍ମ ସହ ବ୍ରାହ୍ମଣ ଭୋଜନ ମଧ୍ୟ ଦିଆଯାଏ । ଏହା ଦ୍ୱାରା ପୁଣ୍ୟ ହେବା ସହ ଉତ୍ତର ପିଢ଼ିର ସକଳ ଉନ୍ନତି ହେବା ବିଶ୍ୱାସ କରାଯାଏ । ମହାଳୟା ଅମାବାସ୍ୟାରେ ଶ୍ରାଦ୍ଧ ଦେଲେ ପୂର୍ବଜଙ୍କ ମୋକ୍ଷପ୍ରାପ୍ତି ହୁଏ ଏବଂ ଜନ୍ମମରଣ ବନ୍ଧନରୁ ମୁକ୍ତ ହୋଇଥାନ୍ତି ।

Comments are closed, but trackbacks and pingbacks are open.