ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ‘ଆଦର୍ଶ ଯୁବ ବିଧାୟକ ସମ୍ମାନ’

21

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଆଦର୍ଶ ଯୁବ ବିଧାୟକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏମ୍‌ଆଇଟି ୱାର୍ଲ୍ଡ ପିସ୍ ୟୁନିଭରସିଟି, ପୁନେଠାରେ ଅନୁଷ୍ଠିତ ଦ୍ୱାଦଶତମ ଭାରତୀୟ ଛାତ୍ର ସଂସଦ ଅଧିବେଶନରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଏବଂ ସ୍ୱଚ୍ଛ ଶାସନରେ ଭାଗୀଦାର ହୋଇ ଏହି ସମ୍ମାନ ପାଇଥିବାରୁ ମନ୍ତ୍ରୀ ଶ୍ରୀ ବେହେରା ନିଜର ଖୁସି ବ୍ୟକ୍ତ କରିବା ସହ ଏହି ସମ୍ମାନକୁ ସମଗ୍ର ଓଡ଼ିଶାବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟବାସୀଙ୍କଠାରୁ ମିଳିଥିବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ତାଙ୍କୁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବା ସହ ଏହି ସମ୍ମାନ ଆଣିଦେଇଛି । ଏହା ତାଙ୍କୁ ଭବିଷ୍ୟତରେ ଲୋକଙ୍କ ପାଇଁ ଅଧିକ କାର୍ଯ୍ୟକରିବାକୁ ଉତ୍ସାହିତ କରିବ ବୋଲି ସେ ଏହି ଅବସରରେ ପ୍ରକାଶ କରିଛନ୍ତି ।
ଏମ୍‍ଆଇଟି ସ୍କୁଲ ଅଫ ଗଭଣ୍ଣର୍ମେଣ୍ଟ (ଏମଆଇଟି-ଏସଓଜି) ପକ୍ଷରୁ ଏକ ତିନିଦିନିଆ ବାର୍ଷିକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏମଆଇଟି ୱାର୍ଲ୍ଡ ପିସ୍‍ ୟୁନିଭରସିଟିରେ ଭାରତୀୟ ଛାତ୍ର ସଂସଦ ଫାେଉଣ୍ଡସନ ସହେଯାଗେର ଏହି ଭାରତୀୟ ଛାତ୍ର ସଂସଦ ଅଥବା ବିସିଏସ୍‍ ଉଦ୍‍ଘାଟିତ ହୋଇଛି । ଏହି ଅପସରରେ ରାହୁଲ ଭି.କାରାଡ, ଏକ୍‍ଜିକ୍ୟୁଟିଭ ପ୍ରେସିଡେଣ୍ଟ, ଏମଆଇଟି ୱାଲର୍ଡ ପିସ୍‍ ୟୁନିଭରସିଟି, ଚିଫ୍‍ ଇନିସିଏଟର, ଏମଆଇଟି ସ୍କୁଲ ଅଫ ଗଭଣ୍ଣର୍ମେଣ୍ଟ ସ୍ୱାଗତ ଭାଷଣ ଦେଇଥିଲେ । ସେ କହିଥିଲେ, ଭାରତ ହେଉଛି ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ, ଆମେ ସବର୍ଦା ମୁକ୍ତ ଜୀବନ ବଞ୍ଚିଆସୁଛୁ । ଆମେ ଭାରତୀୟମାନେ ହେଉଛୁ ପ୍ରକୃତ ଚିନ୍ତାଶୀଳ ବ୍ୟକ୍ତି । ସେହିପରି ଆଇନ୍ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍‍.ପି.ସିଂ ବାଘେଲ ଯୋଗେଦଇ ଏକ ନୂତନ ରାଷ୍ଟ୍ର ଗଠନ ନିମେନ୍ତ ଛାତ୍ରଛାତ୍ରୀ ବାସ୍ତବ ପରିବତ୍ତର୍ନକାରୀ ହୋଇପାରିବେ ଏବଂ ସେହି ପ୍ରକ୍ରିୟା ଆରମ୍ଭ କରିବାକୁ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ ବୋଲି କହିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ରାଜ୍ୟରୁ ଆସିଥିବା ଅନେକ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସେମାନଙ୍କର ଚିନ୍ତାଧାରା ପରିପ୍ରକାଶ କରିଥିଲେ । ଏହି ଅବସରରେ କ୍ରୀଡା ଓ ଯୁବେସବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଆଦର୍ଶ ଯୁବ ବିଧାୟକ ପୁରସ୍କାର ପ୍ରଦାନ କରାଯାଇଥିଲା । ରାହୁଲ ଭି କାରାଡ ଏବଂ ସତୀଶ ମାହାନା ଶ୍ରୀ ବେହେରାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।(

Comments are closed, but trackbacks and pingbacks are open.