ସ୍ମାର୍ଟ ପର୍ସ ଗନ୍‌

34

ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ଶ୍ୟାମ ଚୌରାସିଆ ତିଆରି କରିଛନ୍ତି ‘ସେଲଫ୍ ଡିଫେ୍‌ନ୍ସ କିଟ୍‌’ । ଏହି କିଟ୍‌ରେ ଅଛି କାନଫୁଲ, ପର୍ସ ଓ ସ୍ୟାଣ୍ଡେଲ । ଏହି ତିନିଟି ପର୍ସ ମହିଳାଙ୍କୁ ଆତ୍ମ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିବ । ପର୍ସକୁ ‘ସ୍ମାର୍ଟ ପର୍ସ ଗନ’୍ କୁହାଯାଉଥିବା ବେଳେ ସ୍ୟାଣ୍ଡେଲକୁ କୁହାଯାଉଛି ‘ସ୍ମାର୍ଟ ଆଣ୍ଟି ରେପ୍ ସ୍ୟାଣ୍ଡେଲ’ । ପର୍ସ ଓ ସ୍ୟାଣ୍ଡେଲରେ ବନ୍ଧୁକ ଖଞ୍ଚାଯାଇଛି ଏବଂ ଏହାର ସୁଇଚ୍‌କୁ ଦବାଇବା ଦ୍ୱାରା ଏଥିରୁ ଫାଙ୍କା ଗୁଳି ବାହାରେ । ଅବଶ୍ୟ ସ୍ୟାଣ୍ଡେଲରେ ବ୍ଲୁଟୁ୍‌ଥ୍‌ର ସୁବିଧା ଅଛି । ସେହିପରି କାନଫୁଲରେ ଜିପିଏସସ୍ ଟ୍ରାକିଂ ମେକାନିଜମ୍ ଓ ଇମରଜେନ୍ସି କଲ୍‌ର ସୁବିଧା ଅଛି । ମହିଳାମାନେ ଦିନକୁ ଦିନ ସାମ୍ନା କରୁଥିବା ଅସୁବିଧାକୁ ଦେଖି ସେ ଏହାର ପରିକଳ୍ପନା କରିଥିବା କହିଛନ୍ତି । ତେବେ ଏବେ ଏହାର କାମ ସେ ଜାରି ରଖିଛନ୍ତି । ତା’ ସହ ସେ ଏହି କିଟ୍‌ର ଦାମ୍ ୨୪୯୭ ଟଙ୍କା ରଖିବେ । ସେ କହନ୍ତି, ଏ ସବୁକୁ ଥରେ ଚାର୍ଜ କରିବା ଦ୍ୱାରା ଦୁଇ ସପ୍ତାହ ପର୍ଯ୍ୟନ୍ତ କାମ କରିବ । ବଜାରରେ ଏହାକୁ ଲଞ୍ଚ କରିବାରେ ଶ୍ୟାମଙ୍କୁ ଏପିଜେ ଅବଦୁଲ କାଲାମ ୟୁନିଭର୍ସିଟି ଇନୋଭେସନ୍ ହବ୍ ସାହାଯ୍ୟ କରିବ ।

Comments are closed, but trackbacks and pingbacks are open.