ଦେବିକା ଓଗିଲ୍‌ଭି କମ୍ପାନୀର ନୂଆ ସିଇଓ

25

ନୂଆଦିଲ୍ଲୀ : ବିଶ୍ୱସ୍ତରୀୟ ବିଜ୍ଞାପନ ଏଜେନ୍ସି ଓଗିଲଭି ପକ୍ଷରୁ ଭାରତୀୟ ବଂଶୋଦ୍ଭବ ଦେବିକା ବୁଲ୍‌ଚନ୍ଦାନିଙ୍କୁ ନୂତନ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ନିଯୁକ୍ତ କରାଯାଇଛି । ଦେବିକା ଇତିପୂର୍ବରୁ ଓଗିଲ୍‌ଭି ନର୍ଥ ଆମେରିକାର ମୁଖ୍ୟଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଗ୍ଲୋବାଲ ସିଇଓଭାବେ କାର୍ଯ୍ୟ କରୁଥିବା ଆଣ୍ଡି ମାରିନ୍ ଚଳିତବର୍ଷ ଶେଷ ସୁଦ୍ଧା ଅବସର ନେବାପରେ ଦେବିକା ନୂତନ ଦାୟିତ୍ୱ ଗ୍ରହଣ କରିବେ । ଭାରତ ସମେତ ୯୩ ରାଷ୍ଟ୍ରରେ ଓଗିଲ୍‌ଭି କମ୍ପାନୀର ୧୩୧ ଶାଖା ରହିଛି । ପଞ୍ଜାବର ଅମୃତସରରେ ଜନ୍ମିତ ଦେବିକା ଅନ୍ୟ ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଜ୍ଞାପନ କମ୍ପାନୀ ମ୍ୟାକାନ୍‌ରେ ୨୬ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିସାରିଛନ୍ତି ।

Comments are closed, but trackbacks and pingbacks are open.