ନୂଆ ରୂପରେ ନଜର ଆସିବେ ଦୂତି

27

ଭୁବନେଶ୍ବର: ନୂଆ ରୂପରେ ନଜର ଆସିବେ ଅଲିମ୍ପିଆନ ଦୌଡରାଣୀ ଦୂତି ଚାନ୍ଦ । ଖୁବଶ୍ରୀଘ୍ର ତାଙ୍କୁ ଏକ ରିୟାଲିଟି ଶୋରେ ଦେଖିବାକୁ ମିଳିବ । କଲର୍ସ ଚ୍ୟାନେଲର ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ ଝଲକ ଦିଖଲା ଜାରେ ପ୍ରତିଯୋଗୀ ଭାବେ ନଜର ଆସିବେ ଦୂତି । ଝଲକ ଦିଖଲା ଜା ସିଜନ ୧୦ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପ୍ରତିଯୋଗୀ ଭାବେ ସାମିଲ ହେବେ । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଦୂତି ଚାନ୍ଦ । ଆସନ୍ତା ସପ୍ତାହରେ ଶୋରେ ଯୋଗ ଦେବେ ।

ପୂର୍ବରୁ ଶୋରେ ଭାଗ ନେବା ପାଇଁ ଦୂତିଙ୍କୁ ପ୍ରସ୍ତାବ ଆସିଥିଲା । ଅଲମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ସମୟ ଦେଇ ପାରୁନଥିଲେ । ମାତ୍ର ଏବେ ଦଶମ ସଂସ୍କରଣରେ ଭାଗ ନେବା ନେଇ ସୂଚନା ମିଳିଛି । ପ୍ରଥମ ଓଡିଆ କ୍ରୀଡାବିତ ଭାବେ ରିୟଲିଟି ଶୋର ଭାଗ ନେଇଥିବା ନେଇ ଦୂତିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଖେଳ ବ୍ୟତୀତ ଡ୍ୟାନ୍ସରେ କିଛି କରି ଦେଖାଇବା ନେଇ ଦୂତିଙ୍କ ପାଖରେ ସୁଯୋଗ ରହିିଛି । ନୂଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ଦୂତି । ଫ୍ୟାନ୍ସଙ୍କ ସମର୍ଥନ ଲୋଡିଛନ୍ତି ଧାବିତା ଦୂତି ଚାନ୍ଦ । କୋରିଓଗ୍ରାଫର ରୁବିନା ଚୌଧୁରୀ ଦୂତିଙ୍କୁ ଡ୍ୟାନ୍ସ ଶିଖାଇବେ । ପୂର୍ବରୁ କେବିସି କାର୍ୟ୍ୟକ୍ରମରେ ସାମି ହୋଇଥିଲେ ।ଝଲକ ଦିଖଲା ଜାର ଚଳିତ ସିଜିନ ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଛି । ଏଥିରେ ବହୁ ସେଲିବ୍ରିଟି ରୁବିନା ଦିଲେକ, ନିଆ ଶର୍ମା ଓ ଧୀରଜ ଧୂରପ ଅଂଶ ଗ୍ରହଣ କରିଛନ୍ତି । ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ, ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତ୍ରୀ ନୋରା ଫତେହି ବିଚାରକ ଦାୟିତ୍ବ ତୁଲାଇଛନ୍ତି ।

Comments are closed, but trackbacks and pingbacks are open.