ସମ୍ପର୍କରେ ମାଇକ୍ରୋ ଚିଟିଂର ପ୍ରଭାବ

19

ମାଇକ୍ରୋ ଚିଟିଂ ହେଉଛି ଏକ ଇମୋସନାଲ ଚିଟିଂ । ଅର୍ଥାତ୍ ପାର୍ଟନର ଥିବା ସତ୍ତ୍ୱେ ଜଣେ ବ୍ୟକ୍ତି ଯେତେବେଳେ ଅନ୍ୟ ଜଣକ ପ୍ରତି ଭାବନାତ୍ମକ ଭାବେ ଯୋଡ଼ି ହୁଅନ୍ତି, ତାହାକୁ କୁହାଯାଏ ମାଇକ୍ରୋ ଚିଟିଂ । ଏହା ଦ୍ୱାରା ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ ସେମାନେ ନିଜ ପାର୍ଟନରଙ୍କୁ ଧୋକା ଦେଉଛନ୍ତି । ସାଥୀ ପାଖରେ ଥିବା ସତ୍ତ୍ୱେ ଜଣେ ଫୋନ୍‌ରେ ବ୍ୟସ୍ତ ରହିଲେ ସମ୍ପର୍କରେ ଦୂରତ୍ୱ ବୃଦ୍ଧି ପାଏ । ସେହିପରି ଜଣେ ଯଦି ସାମାଜିକ ଗଣମାଧ୍ୟମରେ ନିଜର ପୂର୍ବତନ ପ୍ରେମିକ କିମ୍ବା ପ୍ରେମିକାକଙ୍କୁ ଫଲୋ କରନ୍ତି ବା ତା’ସହ ଯୋଡ଼ି ହୋଇ କଥାବାତ୍ତ୍‌ର୍ ଓ ଦେଖାସାକ୍ଷାତ କରନ୍ତି, ତାହା ମଧ୍ୟ ମାଇକ୍ରୋ ଚିଟିଂ ଅନ୍ତର୍ଭୁକ୍ତ । ଅନ୍ୟପଟେ ସାଥୀ ସହ କମ୍ୟୁନିସେନ୍ ଗ୍ୟାପ୍ ବଢ଼ିବା ମଧ୍ୟ ମାଇକ୍ରୋଚିଟିଂର ଅନ୍ୟତମ କାରଣ । ଯେତେବେଳେ ଜଣେ ସାଥୀ ଅନ୍ୟ କାହାକୁ ଦୃଷ୍ଟିରେ ରଖି ଏକାକୀ ବୁଲିବାକୁ ବାହାରେ ନଚେତ ପାର୍ଟିରେ ଯୋଗ ଦିଏ ତାହା ମଧ୍ୟ ମାଇକ୍ରୋ ଚିଟିଂକୁ ଦର୍ଶାଏ । ତେବେ ମାଇକ୍ରୋ ଚିଟିଂ କରୁଥିବା ବ୍ୟକ୍ତିବିଶେଷ ଅସଲ ଜୀବନରେ ବିଶ୍ୱାସଘାତକ ହୋଇ ନ ଥାନ୍ତି । ସେମାନଙ୍କର କିଛି ସମସ୍ୟା ଏଭଳି ଥାଏ, ଯେଉଁଥିରେ ସାଥୀ ଥିବା ସତ୍ତ୍ୱେ ଅନ୍ୟଜଣକ ପ୍ରତି ଆକୃଷ୍ଟ ହୁଅନ୍ତି । ତେବେ ସମ୍ପର୍କରେ ଯଦି ଏହି ସମସ୍ୟା ଦେଖାଦିଏ, ତୁରନ୍ତ ପାର୍ଟନରଙ୍କ ସହ ଏ ବାବଦରେ ଆଲୋଚନା କରି ଏହାର ସମାଧାନ କରନ୍ତୁ ।

Comments are closed, but trackbacks and pingbacks are open.