ହାନିକାରକ ମୋବାଇଲର ବ୍ଲୁ ଲାଇଟ୍‌

24

ସ୍ମାର୍ଟଫୋନ୍‌, ସ୍ମାର୍ଟୱାଚ୍‌, ଲାପଟପ୍‌, ଟିଭି ଆଦି ପାଲଟିଛି ମଣିଷ ଜୀବନର ପ୍ରମୁଖ ଅଂଶବିଶେଷ । ଏହାର ଅତ୍ୟଧିକ ବ୍ୟବହାର ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଏ ବୋଲି ସମସ୍ତେ ଜାଣନ୍ତି । ସେହିପରି ଏ ସବୁରୁ ନିର୍ଗତ ବ୍ଲୁ ଲାଇଟ୍ ଶରୀର ପାଇଁ ହାନିକାରକ । ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଏଥିରୁ ନିର୍ଗତ ବ୍ଲୁ ଲାଇଟ୍ ବା ନୀଳ ରଶ୍ମି ଶୀଘ୍ର ବୁଢ଼ା କରାଏ । ଅର୍ଥାତ୍ ବୟସ ପୂର୍ବରୁ ଏହା ବାର୍ଦ୍ଧକ୍ୟ ଅବସ୍ଥାକୁ ଡାକି ଆଣେ । ଏହି ଗବେଷଣା ମାଛି ମାନଙ୍କ ଉପରେ କରାଯାଇଥିଲା । ଏଥିରୁ ଜଣାପଡ଼ିଛି ବ୍ଲୁ ଲାଇଟ୍ ଯୋଗୁଁ ମାଛିଙ୍କ କୋଷ ଶୀଘ୍ର ନଷ୍ଟ ହୋଇଯାଉଥିଲା । ଅର୍ଥାତ୍ ସେମାନଙ୍କ ବୟସ ବଢ଼ିବା ଗତି ତୀବ୍ର ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ମଣିଷଙ୍କଠାରେ ଏଭଳି କିଛି ଘଟୁଥିବା ଗବେଷକମାନେ କହିଛନ୍ତି । ଏହାର ଅର୍ଥ ଲୋକଙ୍କ କୋଷ ମଧ୍ୟ ସମୟ ପୂର୍ବରୁ ନଷ୍ଟ ହୋଇଥାଏ । ଫଳରେ ସେମାନେ ଶୀଘ୍ର ବୁଢ଼ ହୋଇଥାନ୍ତି । ଅବଶ୍ୟ ଏହାକୁ ନେଇ ଅଧିକ ଗବେଷଣା ଜାରି ଅଛି । ଏହା ସହ ଆଗାମୀ ଦିନରେ ଏହି ଗବେଷଣା ମଣିଷଙ୍କ ଉପରେ କରାଯିବ ।

Comments are closed, but trackbacks and pingbacks are open.