ଟ୍ରସ୍‌ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କଲେ ମହାରାଣୀ

23

ଲଣ୍ଡନ : ବ୍ରିଟିଶ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ମଙ୍ଗଳବାର କନ୍‌ଜର୍ଭେଟିଭ୍ ପାର୍ଟି ନେତା ନିର୍ବାଚିତ ହୋଇଥିବା ଲିଜ୍ ଟ୍ରସ୍‌ଙ୍କୁ ବିଧିବଦ୍ଧଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ଏଥର ଏହି ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବକିଙ୍ଗ୍‌ହାମ ରାଜପ୍ରସାଦ ପରିବର୍ତ୍ତେ ଏଥର ସ୍କଟିସ୍ ଆଇଲାଣ୍ଡସ୍ଥିତ ବାଲମୋରାଲ ରଟ୍ରିଟ୍‌ରେ ନିଯୁକ୍ତି ଉତ୍ସବ ଆୟୋଜିତ ହୋଇଥିଲା । ଭଦ୍ରମଣ୍ଡଳୀଙ୍କ ଉପସ୍ଥିତିରେ ମହାରାଣୀ ପ୍ରଥମେ ବୋରିସ ଜନସନଙ୍କ ଇସ୍ତଫାପତ୍ର ଗ୍ରହଣ କରିବାପରେ ଟ୍ରସ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏଥିସହିତ ନୂଆ ସରକାର ଗଠନ ପାଇଁ ମଧ୍ୟ ମହାରାଣୀ ତାଙ୍କୁ ଆମନ୍ତ୍ରଣ ଜଣାଇଥିଲେ । ଅପରପକ୍ଷରେ ଟ୍ରସ୍ ଏହି ଆମନ୍ତ୍ରଣକୁ ସ୍ୱୀକାର କରିବା ସହ ମହାରାଣୀଙ୍କ ହାତକୁ ଚୁମ୍ବନ କରିଥିଲେ । ୧୯୫୨ ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଘୋଷଣା ଲଣ୍ଡନ ବାହାରେ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

Comments are closed, but trackbacks and pingbacks are open.