ବିଦ୍ୟୁତ୍‌ ପିତା ହେବେ

22

ଆକ୍ସନ୍ ଅଭିନେତା ବିଦ୍ୟୁତ ଜାମୱାଲ୍‌ଙ୍କ ପ୍ରଶଂସକ ସଂଖ୍ୟା ଖୁବ୍ ଅଧିକ । ଶେଷ ଥର ପାଇଁ ଜୁଲାଇରେ ରିଲିଜ ହୋଇଥିବା ଫିଲ୍ମ ‘ଖୁଦା ହାଫିଜ୍ ଚାପ୍ଟର-୨ ଅଗ୍ନି ପରୀକ୍ଷା’ରେ ସେ ନଜର ଆସିଥିଲେ । ଅଭିନୟ ବ୍ୟତୀତ ବିଦ୍ୟୁତ୍ ଜାମୱାଲ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହନ୍ତି । ବର୍ତ୍ତମାନ ସମୟରେ ଫ୍ୟାସନ୍ ଡିଜାଇନର୍ ନନ୍ଦିତା ମହତାନୀଙ୍କ ସହିତ ତାଙ୍କ ନାମ ଯୋଡ଼ା ଯାଉଛି । ତେବେ ବିବାହକୁ ନେଇ ସେମାନଙ୍କର ଯୋଜନା କ’ଣ ରହିଛି ସେ ସମ୍ପର୍କରେ କିଛି କହିନାହାନ୍ତି ବିଦ୍ୟୁତ୍ । କିନ୍ତୁ ପିତା ହେବା ପାଇଁ ତାଙ୍କର ପ୍ରସ୍ତୁତି ସମ୍ପର୍କରେ ପ୍ଲାନିଂ କରିଥିବା ବିଷୟରେ କହିଛନ୍ତି । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରନ୍ତି । ଏହା ବ୍ୟତୀତ ସରୋଗେସୀ କିମ୍ବା ଆଇଭିଏଫ୍ ପରି ବିକଳ୍ପଗୁଡ଼ିକର ସେ ସାହାଯ୍ୟ ମଧ୍ୟ ନେଇପାରନ୍ତି । କୌଣସି ଲୋକର ଜୀବନରେ ପିଲାର ଉପସ୍ଥିତି ଏକ ଅନୋଖା ପ୍ଲାନ୍ ବୋଲି କୁହାଯାଇପାରେ । ଯଦି ଜୀବନରେ ପିଲାଟିଏ ଆସିବାର ଥିବ ତେବେ ସେ ଯେମିତି ବି ହେଉ କୌଣସି ଉପାୟରେ ମଧ୍ୟ ଆସିବ ବୋଲି ବିଦ୍ୟୁତ୍ କହିଛନ୍ତି । ବିଦ୍ୟୁତ୍ ଗତ ବର୍ଷ ସେପ୍ଟେମ୍ବର ମାସରେ ନନ୍ଦିତା ମହତାନୀଙ୍କ ସହିତ ଏନ୍‌ଗେଜ୍‌ମେଣ୍ଟ୍‌ର ଘୋଷଣା କରିଥିଲେ । ଏହା ପୂର୍ବରୁ ଲୁଚିଛପି ପରସ୍ପରକୁ ସେମାନେ ଡେଟ୍ ଦେଉଥିଲେ ବୋଲି କୁହାଯାଉଛି । ଏକ ରିପୋର୍ଟ ଅନୁସାରେ ଏମାନେ ପରସ୍ପର ସହିତ ବିବାହ କରିସାରିଛନ୍ତି । ଫିଲ୍ମ ‘ଖୁଦା ହାଫିଜ୍ ଚାପ୍ଟର-୨ ଅଗ୍ନି ପରୀକ୍ଷା’ ୨୦୨୦ରେ ରିଲିଜ ହୋଇଥିବା ଫିଲ୍ମ ‘ଖୁଦା ହାଫିଜ୍‌’ର ସିକ୍ୱଲ୍ ଥିଲା । ଏଥିରେ ବିଦ୍ୟୁତ୍‌, ସମୀର ଚୌଧୁରୀ ନାମକ ଚରିତ୍ରରେ ଅଭିନୟ କରିଥିଲେ । ସେହିପରି ଫିଲ୍ମରେ ତାଙ୍କର ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ଶିବାଲିକା ଚୌଧୁରୀ । ରିଦ୍ଧି ଶର୍ମା, ବିଦ୍ୟୁତ୍‌ଙ୍କ ଝିଅ ନନ୍ଦିନୀଙ୍କ ଭୂମିକାରେ ନଜର ଆସିଥିଲେ ।

Comments are closed, but trackbacks and pingbacks are open.