ସ୍ୱାସ୍ଥ୍ୟକୁ ଗଭୀର ଭାବେ ପ୍ରଭାବିତ କରେ ଜୋତା

38

ଅନେକ ଲୋକ ଅଛନ୍ତି, ଯେଉଁମାନେ ଜୋତା ପିନ୍ଧି ଘରକୁ ପଶିଯାଆନ୍ତି । ଏହି କୁଅଭ୍ୟାସକୁ ଘରର ବଡ଼ ଲୋକ ବାରଣ କରିଥାନ୍ତି । ଆମ ସନାତନ ଧର୍ମ ଅନୁସାରେ, ଘରେ ଜୋତା କିମ୍ବା ପଚଲ ପିନ୍ଧିଲେ ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିନଥାଏ । ଧନ ସମ୍ପତ୍ତିର ଅଭାବ ରୁହେ ଓ ଘରେ ଅଶାନ୍ତି ଲାଗି ରୁହେ । ଆଧ୍ୟାତ୍ମିକ ଦୃଷ୍ଟିରୁ ଯେପରି ଜେତାକୁ ଘର ଭିତରେ ବାରଣ କରାଯାଇଛି, ଠିକ୍‌ ସେହିପରି ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଘରେ ଜୋତାକୁ ବାରଣ କରାଯାଇଛି । ବିଜ୍ଞାନ ଅନୁସାରେ, ଘରେ ଜୋତା ପିନ୍ଧିବା କ୍ଷତିକାରକ । ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଜୋତା ମାଧ୍ୟମରେ ଅନେକ ଜୀବାଣୁ ଘର ଭିରକୁ ପ୍ରବେଶ କରିବା ସହ ନାନା ପ୍ରକାର ରୋଗ ମଧ୍ୟ ଦେଖାଯାଏ ।

ନିକଟରେ ଆରିଜୋନା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାକୁ ନେଇ ଏକ ଗବେଷଣା କରାଯାଇଥିଲା । ଗବେଷଣାରୁ ଜଣାପଡିଥିଲା ଯେ, ବାହାରେ ପିନ୍ଧାଯାଉଥିବା ଜୋତାରେ ପାଖାପାଖି ୪୦ ହଜାରରୁ ଅଧିକ ଜୀବାଣୁ ଥାଆନ୍ତି । ଏହି ଜୀବାଣୁ ମଣିଷର ରକ୍ତ ଓ ପଶୁମାନଙ୍କ ମଳରେ ଥାଏ । ସେହି ଜୀବାଣୁମାନଙ୍କ ମଧ୍ୟରୁ ୬ଟି ହାନୀକାରକ ଜୀବାଣୁ ହେଉଛି ଇ-କୋଲି, କ୍ଲେବସିଏଲା, ନିମୋନିଆ, ସେରାଟିୟା, ଓ ଫକିରିଆ । ଏହି ସବୁ ଜୀବାଣୁ ଜେତା ଦ୍ୱାରା ଘର ଭିତରେ ପ୍ରବେଶ କରି ଖାଦ୍ୟ ପଦାର୍ଥ, ପାଣି, ଆସବାବପତ୍ର ଓ ପୋଷାକରେ ଲାଗିଯାନ୍ତି । ଫଳରେ ନିଃଶ୍ୱାସ ଜନିତ ରୋଗ ସହ ୟୁରିନ୍‌ ଇନ୍‌ଫେକ୍‌ସନ, ଲିଭର ସଂକ୍ରମଣ ଓ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ ।

ଆମେରିକା ସ୍ଥିତ ଏନଭାଇରନମେଣ୍ଟ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା କରାଯାଇଥିବା ଆଉ ଏକ ବୈଜ୍ଞାନିକ ଦଳ ଆରିଜୋନା ଗବେଷଣାକୁ ସମର୍ଥନ କରିଛନ୍ତି । ଏନଭାଇରନମେଣ୍ଟ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବୈଜ୍ଞାନିକଙ୍କ ମତରେ, ବାହାରେ ପିନ୍ଧାଯାଉଥିବା ଜୋତାରେ ଏକ ପ୍ରକାର ଟକ୍‌ସିନ୍‌ ଥାଏ । ଯାହାକି ଅବସାଦ, ହଜମ ସମ୍ପର୍କିତ ସମସ୍ୟା ସୃଷ୍ଟି କରେ । ଏହାସହ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଏ । ଏଣୁ ବାହାରେ ବ୍ୟବହାର କରୁଥିବା ଜୋତାକୁ ଘର ଭିତରକୁ ପ୍ରବେଶ କରନ୍ତୁ ନାହିଁ । କେବଳ ଏତିକି ନୁହେଁ ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ଗୋଡ ଓ ହାତ ଧୋଇ ପ୍ରବେଶ କରିବାକୁ ଯଥାସମ୍ଭବ ଚେଷ୍ଟା କର;ୁ ।

Comments are closed, but trackbacks and pingbacks are open.