ଭାରତୀୟ ବଂଶୋଦ୍ଭବ ନରସିଂହମ୍ ଷ୍ଟାରବକ୍‌ସ ସିଇଓ

32

ୱାଶିଂଟନ: ବିଶ୍ୱର ସର୍ବବୃହତ କଫିହାଉସ ଚେନ୍ ଭାବେ ପରିଚିତ ଆମେରିକାର ଷ୍ଟାରବକ୍‌ସ ପକ୍ଷରୁ ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହମ୍‌ଙ୍କୁ ନୂତନ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ନିଯୁକ୍ତ କରାଯାଇଛି । ଆସନ୍ତାବର୍ଷ ଏପ୍ରିଲ ୧ରୁ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି । କମ୍ପାନୀ ଇତିମଧ୍ୟରେ ନିଜର ମୁଖ୍ୟାଳୟକୁ ଲଣ୍ଡନରୁ ଆମେରିକାର ସିଟଲ୍ ସହରକୁ ସ୍ଥାନାନ୍ତର କରିସାରିଛି । ୫୫ ବର୍ଷୀୟ ନରସିଂହମ ବର୍ତ୍ତମାନ ବ୍ରିଟେନର କନ୍‌ଜ୍ୟୁମର ହେଲଥ୍ କମ୍ପାନୀ ରେକିଟ୍ ସିଇଓଭାବେ କାର୍ଯ୍ୟ କରୁଥିବାବେଳେ ପୂର୍ବରୁ ଏକାଧିକ ଆନ୍ତର୍ଜାତିକ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିସାରିଛନ୍ତି । ସୂଚନାଯୋଗ୍ୟ ସୁନ୍ଦର ପିଚାଇ ଓ ସତ୍ୟ ନାଡେଲାଙ୍କ ଭଳି ଭାରତୀୟ ବଂଶୋଦ୍ଭବ ବର୍ତ୍ତମାନ ଯଥାକ୍ରମେ ଗୁଗ୍‌ଲ ଓ ମାଇକ୍ରୋସଫ୍ଟ କମ୍ପାନୀର ସିଇଓଭାବେ କାର୍ଯ୍ୟରତ ଅଛନ୍ତି ।

Comments are closed, but trackbacks and pingbacks are open.