ମ୍ୟାଗାସେସେ ପୁରସ୍କାର ନେବାକୁ ମନା କଲେ କେରଳର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ

41

କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସିପିଆଇଏମ ର ବରିଷ୍ଠ ନେତ୍ରୀ କେ.କେ ଶୈଳଜା ସମ୍ମାନଜନକ ମ୍ୟାଗସେସେ ପୁରସ୍କାର ନେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୬୪ତମ ମ୍ୟାଗସେସେ ପୁରସ୍କାର ପାଇଁ ବିବେଚନା କରାଯାଇଥିଲା।

ରାଜ୍ୟରେ ଯେତେବେଳେ ନିପା ଭାଇରସ ଏବଂ କୋଭିଡ ମହାମାରୀର ପ୍ରଭାବ ଥିଲା ତାକୁ ମୁକାବିଲା ପାଇଁ ଦୃଢ଼ ନେତୃତ୍ୱ ନେଇଥିଲେ ଶୈଳଜା। ନିପା ଏବଂ କରୋନା ପ୍ରଥମ ଏହି ଦକ୍ଷିଣ ରାଜ୍ୟରୁ ଚିହ୍ନଟ ହୋଇଥିଲା। ଏହାକୁ ମୁକାବିଲା କରିବାରେ ଶୈଳଜା ପ୍ରଭାବୀ ପଦକ୍ଷେପ ନେଇଥିଲେ। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ନେତା ଶୈଳଜା କହିଛନ୍ତି ଯେ, ମ୍ୟାଗସେସେ ପୁରସ୍କାରକୁ ଏସୀୟ ସଂସ୍କରଣର ନୋବେଲ ପୁରସ୍କାର ସହ ତୁଳନା କରାଯାଉଛି। ସୂଚନା ଅନୁସାରେ, ଇମେଲ ଜରିଆରେ ପୁରସ୍କାର କମିଟି କେକେ ଶୈଳଜାଙ୍କୁ ଏହି ସୂଚନା ଦେଇଥିଲା। ଏହାସହ କମିଟି ତାଙ୍କୁ ଏଥିପାଇଁ ସ୍ୱୀକୃତି ମାଗିଥିଲା।

ଉଲ୍ଲେଖଯୋଗ୍ୟ ଯେ, ମାଗାସେସ୍ ପୁରସ୍କାର ଏସିଆର ପ୍ରତିଷ୍ଠିତ ସମ୍ମାନ ମଧ୍ୟରୁ ଗୋଟିଏ। ଏହି ପୁରସ୍କାର ସେହି ଲୋକମାନଙ୍କୁ ଦିଆଯାଇଥାଏ ଯେଉଁମାନେ ନିସ୍ୱାର୍ଥ ଭାବେ ସେବା କରିଥାନ୍ତି। ଏହି ସମ୍ମାନ ପ୍ରଥମେ ୧୯୫୭ ମସିହାରେ ଆରମ୍ଭ ହୋଇଥିଲା।

Comments are closed, but trackbacks and pingbacks are open.