ନାକରେ ଫୁଙ୍କିଲେ ଦଶ ବେଲୁନ୍‌

39

ବେଲୁନ୍ ଫୁଙ୍କି ଜଣେ ବ୍ୟକ୍ତି ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଅବଶ୍ୟ ସେ ପାଟିରେ ନୁହେଁ, ବରଂ ଏ କାରନାମା ନାକରେ କରି ଦେଖାଇଛନ୍ତି । ସେହିପରି ନାକରେ ସେ ଗୋଟିଏ କି ଦୁଇଟି ନୁହେଁ, ବରଂ ଫୁଙ୍କିଛନ୍ତି ଦଶଟି ବେଲୁନ୍ । ନ୍ୟୁୟର୍କ ନିବାସୀ ଡାଭିଡ୍ ରସ୍‌ଙ୍କ ଏହି ଦୁଃସାହସିକ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅବଶ୍ୟ ସେ ୫ ବର୍ଷ ତଳେ ନାକରେ ବେଲୁନ୍ ଫୁଙ୍କି ବିଶ୍ୱ ରେକର୍ଡ କରିବାକୁ ପ୍ରଚେଷ୍ଟା କରିଥିଲେ । ମାତ୍ର ଥଣ୍ଡା ଓ ଆଲର୍ଜି ସମସ୍ୟା ଯୋଗୁଁ ସେ ଏହା କରିପାରି ନ ଥିଲେ । ତେବେ ଏଥର ସେ ୬୦ ସେକେଣ୍ଡ ମଧ୍ୟରେ ୧୦ଟି ବେଲୁନ୍ ନାକରେ ଫୁଙ୍କି ଏହାକୁ ସଫଳ କରି ଦେଖାଇଛନ୍ତି । ଅନ୍ୟପଟେ ଡାଭିଡ୍‌ଙ୍କ ପୂର୍ବରୁ ୨୦୧୬ରେ ଏହି କାରନାମା ଏସରିଟା ଫର୍‌ମେନ୍ କରି ଦେଖାଇଥିଲେ । ସେ ଗୋଟିଏ ମିନିଟ୍‌ରେ ଫୁଙ୍କିଥିଲେ ୯ଟି ବେଲୁନ୍।

Comments are closed, but trackbacks and pingbacks are open.