ବିଜୟଙ୍କ ବଡ଼ ପଦକ୍ଷେପ

34

ଏ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ ଥିଲା ‘ଲାଇଗର୍‌’ । ଯଦିଓ ବକ୍ସ ଅଫିସ୍‌ରେ ଫିଲ୍ମଟିର ଯାଦୁ ଚାଲିପାରିଲା ନାହିଁ । କିନ୍ତୁ ‘ଲାଇଗର୍‌’ର ଟ୍ରେଲର୍‌କୁ ବହୁତ ପସନ୍ଦ କରିଥିଲେ ଦର୍ଶକମାନେ । ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ମଧ୍ୟ ଫିଲ୍ମର ପ୍ରମୋସନ୍‌ରେ କିଛି ବାକି ରଖିନଥିଲେ । ଏସବୁ ପରେ ‘ଲାଇଗର୍‌’ ପ୍ରଥମ ଦିନରେ ଜବରଦସ୍ତ ପ୍ରତିକ୍ରିୟା ଦେଇଥିଲା । ସେହି କ୍ରମରେ ଏହାର ଗ୍ରାଫ୍ ତଳକୁ ମଧ୍ୟ ଆସିଥିଲା । ୧୨୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମଟି ମାତ୍ର ୪୦କୋଟି ପାଖାପାଖିର ଆୟ କରିପାରିଲା । ଏବେ ଏହି କ୍ଷତିର ଭରଣା କରିବା ପାଇଁ ବିଜୟ ଓ ଫିଲ୍ମର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏକ ବଡ଼ ପଦକ୍ଷେପ ଉଠାଇଛନ୍ତି । ‘ଲାଇଗର୍‌’ ଫ୍ଲପ୍ ହେବାପରେ ଏବେ ବିଜୟ ତାଙ୍କ ଆଗାମୀ ଫିଲ୍ମ ‘ଜନ ଗଣ ମନ’ ପାଇଁ ଭୟଭୀତ ହେବା ଆରମ୍ଭ କଲେଣି । ଏଥିରେ ବିଜୟ ଓ ନିର୍ମାତାମାନେ ପୂର୍ବ ଫିଲ୍ମର କ୍ଷତିର ଭରଣା କରିବାକୁ ଚାହୁଁଛନ୍ତି । ମିଡିଆ ରିପୋର୍ଟସ୍ ଅନୁସାରେ ବିଜୟ ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଆଗାମୀ ଫିଲ୍ମରେ ନିଜର ଫିସ୍ ଛାଡ଼ିବାକୁ ସ୍ଥିର କରିଛନ୍ତି । ଏବେ ଫିଲ୍ମ ‘ଜନ ଗଣ ମନ’ର ବଜେଟ୍‌କୁ ଅଧା କରିଦିଆ ଯାଇଛି । କେବଳ ଏତିକି ନୁହେଁ ଫିଲ୍ମର କହାଣୀ ଉପରେ ପୁଣି ଥରେ ବିଚାର ମଧ୍ୟ କରାଯାଉଛି । ବିଜୟଙ୍କ ପୂର୍ବରୁ ପୁରୀ ଏହି ଫିଲ୍ମଟିକୁ ମହେଶ ବାବୁଙ୍କୁ ଅଫର୍ କରିଥିଲେ । ତେବେ କୌଣସି କାରଣବଶତଃ ମହେଶଙ୍କ ସହିତ ତାଙ୍କର ଡିଲ୍ ହୋଇପାରି ନଥିଲା । ଫିଲ୍ ‘ଲାଇଗର୍‌’ ପୂର୍ବରୁ ଫିଲ୍ମ ‘ଜନ ଗଣ ମନ’ର କାହାଣୀ ବିଜୟଙ୍କୁ ଶୁଣାଇ ଦିଆଯାଇଥିଲା । ବିଜୟ ଏହାର କାହାଣୀକୁ ବେଶ୍ ପସନ୍ଦ ମଧ୍ୟ କରିଥିଲେ ଓ ଏଥିରେ କାମ କରିବାକୁ ନିଜର ସହମତି ଜଣାଇ ଦେଇଥିଲେ । ଆସନ୍ତା ବର୍ଷ ଫିଲ୍ମ ‘ଜନ ଗଣ ମନ’ ୩ ଅଗଷ୍ଟରେ ହିନ୍ଦୀ, କନ୍ନଡ଼, ତାମିଲ୍‌, ତେଲୁଗୁ ଓ ମାଲୟାଲମ୍ ଭାଷାରେ ଥିଏଟର୍ସରେ ରିଲିଜ ହେବ ।

Comments are closed, but trackbacks and pingbacks are open.