‘ବିଜେପିରେ ରହି AAP ପାଇଁ କାମ କରନ୍ତୁ’ : କେଜ୍ରିୱାଲ

35

ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ଜୋର ଧରିଛି ରାଜନୈତିକ ବୟାନବାଜି । ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି ଖବର ଚର୍ଚାରେ ରହିଛଇ । ୨ ଦିନିଆ ମିଶନ ଗୁଜରାଟ ଅଭିଯାନରେ ବାହାରି ଅରବିନ୍ଦ କେଜ୍ରିୱାଲ ଏକ ରାଜନୈତିକ ସଭାରେ ଉଦ୍ବୋଧନ ଦେଇଛନ୍ତି I ଗସ୍ତର ଶେଷ ଦିନରେ ଆଜି ରାଜକୋଟରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହି ଅବସରେ ବିଜେପି କର୍ମୀମାନଙ୍କୁ କାହିଁଛନ୍ତି କି ଆପଣ ପାର୍ଟିରେ ଥାଇ ‘ଆପ’ ପାଇଁ କାମ କରନ୍ତୁ । ଏହା ସହିତ ବିଜେପି ନଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ବିଜେପି ପାଖରୁ ପଇସା ନିଅନ୍ତୁ, କିନ୍ତୁ ଆପ ପାଇଁ କାମ କରିବାକୁ କେଜ୍ରିୱାଲ ଅନୁରୋଧ କରିଥିଲେ। ଆପ୍‌ ପକ୍ଷରୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଛି ତାହା ବିଜେପି କର୍ମୀମାନଙ୍କୁ ମିଳିବ। ଯେତେବେଳେ ଆପ ‌ଏଠାରେ କ୍ଷମତାକୁ ଆସିବ ସବୁ ସୁବିଧା ମିଳିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ଦେଥିଲେ।

ସେ ଆହୁରି କହିଛନ୍ତି ଯେ, ଆମେ ବିଜେପି ନେତା ଚାହୁଁ ନାହୁଁ। ବିଜେପି ତାର ନେତାଙ୍କୁ ତାପାଖରେ ରଖୁ। କିନ୍ତୁ ଗାଁ-ପଞ୍ଚାୟତମାନଙ୍କରେ ଥିବା ବିଜେପି କର୍ମୀମାନେ ଆପ ପ୍ରତି ଢଳିବା ଆରମ୍ଭ କରିଛନ୍ତି। ସେମାନେ ଆମ ଆଦମୀ ପାର୍ଟିକୁ ସମର୍ଥନ କରୁଛନ୍ତି। ମୁଁ ବିଜେପି କର୍ମୀମାନଙ୍କୁ ପଚାରୁଛି। ଆପଣ ଦଳ ସେବାରେ ଲାଗିପଡ଼ିଛନ୍ତି। କିନ୍ତୁ ପ୍ରତିବଦଳରେ ଦଳ ଆପଣଙ୍କୁ କଣ ଦେଇଛି। ଏପରିକ ବର୍ଷ ବର୍ଷ ବିତି ଯାଥିଲେ ମଧ୍ୟ ଆପଣଙ୍କୁ କେବଳ ନିରାଶ ହେବାକୁ ପଡ଼ିଛି। ଆପଣ ସେଇ ଦଳରେ ରୁହନ୍ତୁ । କିନ୍ତୁ ଆପ ପାଇଁ ଭିତରେ କାମ କରନ୍ତୁ।

Comments are closed, but trackbacks and pingbacks are open.