୮ ମାସ ପାଇଁ ସାଇତି ରଖନ୍ତି ଖାଦ୍ୟ

30

ଦିନେ କି ଦୁଇଦିନ କିମ୍ବା ମାସକ ପାଇଁ ନୁହେଁ, ବରଂ ୮ ମାସ ପାଇଁ ଗୋଟିଏ ଥର ରୋଷେଇ କରି ଖାଦ୍ୟ ସାଇତି ରଖନ୍ତି ଅଷ୍ଟ୍ରେଲିଆର ଜଣେ ମହିଳା । କେଲ୍‌ସି ଶ’ଙ୍କ ଖାଦ୍ୟ ମ୍ୟାନେଜ୍‌ମେଂଟ୍ କରିବା ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବା ବେଳେ ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ସେ ଆଠ ମାସ ପାଇଁ ଖାଦ୍ୟ ଏକକାଳୀନ ରାନ୍ଧି ସାଇତି ରଖନ୍ତି । ଅବଶ୍ୟ ଏହା ପାଖାପାଖି ୪୨୬ ଭାଗର ଖାଦ୍ୟ ହୋଇଥାଏ । ତେବେ କେଲସି ଅଷ୍ଟ୍ରେଲିଆରୁ ଆମେରିକା ଆସିବା ପରେ ପରିବାର ପାଇଁ ଖାଦ୍ୟ ସାଇତି ରଖିବା ଆରମ୍ଭ କଲେ । ଏବେ ସେ ୪୨୬ ଭାଗ ଖାଦ୍ୟ ଏକକାଳୀନ ଥରକରେ ତିଆରି କରୁଛନ୍ତି । ଫଳରେ ତାଙ୍କୁ ଆଠ ମାସ ଧରି ରୋଷେଇ କରିବାକୁ ପଡୁ ନାହିଁ । ତେବେ ସେ କ୍ୟାଣ୍ଡ ଫ୍ରେସ୍ ଭେଜିଟେବଲ ରଖିଥାନ୍ତି । ଆଉ ଯେତେବେଳେ ଯିଏ ଖାଦ୍ୟ ଖାଇବାକୁ ଚାହାନ୍ତି ତାହାକୁ ଖାଆନ୍ତି । କେଲ୍‌ସି ତାଙ୍କ ଜୀବନରେ ଆରାମ ଚାହୁଁଥିଲେ । ସେଥିପାଇଁ ସେ ଖାଦ୍ୟ ସାଇତି ରଖିବାର କୌଶଳ ଶିଖିଲେ । ପ୍ରତିଦିନ ଦୁଇ ଘଂଟା ଏହାକୁ ସେ ଶିଖୁଥିଲେ । ଏ ପାଇଁ ସେ ବହି ପଢ଼ିବା ସହ ୟୁଟ୍ୟୁବ୍ ଦେଖୁଥିଲେ । ତେବେ ତାଙ୍କର ଏହି ସାଇତି ରଖିବା କଳା ତାଙ୍କୁ ମହାମାରୀରେ ବେଶ୍ ସାହାଯ୍ୟ କରିଛି ।

Comments are closed, but trackbacks and pingbacks are open.