ନୀରଜ ଚୋପ୍ରାଙ୍କ ଆଉ ଏକ ସଫଳତା, ସର୍ବଶ୍ରେଷ୍ଠ ଥ୍ରୋ ସହିତ ଲୁସାନ ଡାଇମଣ୍ଡ ଲିଗ୍ ଜିତିବାରେ ପ୍ରଥମ ଭାରତୀୟ

106

ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ଷ୍ଟାର୍ ଜାଭେଲିନ୍ ଥ୍ରୋ ଚାମ୍ପିଅନ୍ ନୀରଜ ଚୋପ୍ରା ଙ୍କ ଆଉ ଏକ ବଡ଼ ସଫଳତା I ନୀରଜ ଚୋପ୍ରା ଶୁକ୍ରବାର ସେ ଶୁକ୍ରବାର ୮୯.୦୮ ମିଟର ବେଷ୍ଟ ଥ୍ରୋ ସହ ଲୁସାନେ ଡାଏମଣ୍ଡ ଲିଗ୍ ମିଟ୍ ଟାଇଟଲ ହାସଲ କରିଛନ୍ତି । ନୀରଜ ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଅଟନ୍ତି । ଏହି ବିଜୟ ସହ ସେ ସେପ୍ଟେମ୍ବର ୭ ଓ ୮ରେ ହେବାକୁ ଥିବା ଡାଏମଣ୍ଡ ଲିଗ୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହା ତାଙ୍କ କ୍ୟାରିୟରର ତୃତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ I

ଆହତ ଯୋଗୁ ନୀରଜ ଚୋପ୍ରା ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ନଥିଲେ। ହେଲେ ଆହତ ସମସ୍ୟାରୁ ମୁକୁଳିବା କ୍ଷଣି ସେ ସେ ଲୁସେନ ଡାଇମଣ୍ଡ ଲିଗ୍‌ରେ ଭାଗ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଜଲୱା ମଧ୍ୟ ଦେଖିବାକୁ ମିଳିଛି।

ଏହା ସହ ସେ ହଙ୍ଗେରୀର ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ୱ ଚାମ୍ପିଅନସିପ୍ ୨୦୨୩ ପାଇଁ କ୍ୱାଲିଫାଏ କରିଛନ୍ତି । ନୀରଜ ଚୋପ୍ରା ନିଜ ପ୍ରୟାସରେ ୮୯.୦୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ । ଯାହାକୁ ଛୁଇଁବା ଅନ୍ୟ ଖେଳାଳିଙ୍କ ପାଇଁ ଅସମ୍ଭବ ହୋଇ ପଡିଥିଲା । ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ୮୫.୧୫ ମିଟର ଥ୍ରୋ କରିଥିଲେ । ତେବେ ତୃତୀୟ ପ୍ରୟାସକୁ ସେ ସ୍କିପ୍ କରିଥିଲେ । ତେବେ ତାଙ୍କର ଚତୁର୍ଥ ପ୍ରୟାସକୁ ଫାଉଲ କରାଯାଇଥିବା ବେଳେ ପଞ୍ଚମ ପ୍ରୟାସରୁ ସେ ଦୂରରେ ଥିବା ନିଷ୍ପତ୍ତି ନେଇଥିଲେ I

ନିଜ ଅନ୍ତିମ ଥ୍ରୋରେ ସେ ୮୦.୦୪ ମିଟରର ନିଶାନା ଲଗାଇଥିଲା । ଲୁସାନେ ଡାଏମଣ୍ଡ ଲିଗରେ ଟୋକିଓ ଅଲମ୍ପିକରେ ରୁପା ଜିତିଥିବା ଜ୍ୟାକବ ବାଡଲେଜ୍ ୮୫.୮୮ ମିଟର ବେଷ୍ଟ୍ ଥ୍ରୋ ସହ ଦ୍ୱିତୀୟ ଓ ୟୁଏସଏର କାର୍ଟିସ ଥମ୍ପସନ୍ ୮୩.୭୨ ମିଟରର ବେଷ୍ଟ ଥ୍ରୋ ସହ ତୃତୀୟ ସ୍ଥାନରେ ରହିଥିଲେ ।

Comments are closed, but trackbacks and pingbacks are open.