ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ ଉପରୁ କଟକଣା ହଟାଇଲା FIFA, ଭାରତରେ ଆୟୋଜନ ହେବ ମହିଳା ବିଶ୍ଵ କପ୍

32

ଭାରତୀୟ ଫୁଟବଲ ମହାସଂଘ(AIFF) ଉପରେ ଲଗାଇଥିବା କଟକଣା କୁ ହଟାଇ ଦେଇଛି FIFA I ଶୁକ୍ରବାର ଫିଫା ଏହାର ଘୋଷଣା କରିଛି I ଫଳରେ ଭାରତରେ ଆୟୋଜନ ହେବ ୧୭ ବର୍ଷରୁ କମ ଫୁଟବଲ ବିଶ୍ୱକପ I ଗତ ୧୧ ଦିନ ପୂର୍ବରୁ ଉପୁଜିଥିବା ଦ୍ୱନ୍ଦ୍ୱ ସମାପ୍ତ ହୋଇଥିବା ଜଣା ପଡିଛି I

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଫିଫା ଥାର୍ଡ ପାର୍ଟିର ଅନୁଚିତ ପ୍ରଭାବର ଆଳ ଦେଖାଇ ଭାରତର ଫୁଟବଲ ଫେଡେରେଶନକୁ ନିଲମ୍ବନ କରିଥିଲା । କେବଳ ସେତିକି ନୁହେଁ ଆସନ୍ତା ଅକ୍ଟୋବରରେ ଭାରତରେ ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ-୨୦୨୨କୁ ମଧ୍ୟ ଛଡ଼ାଇ ନେଇଥିଲା I

ଏଆଇଏଫଏଫର କାର୍ଯ୍ୟକାରୀ କମିଟି ଦ୍ଵାରା ମାମଲାର ପୂର୍ଣ୍ଣ ନିୟନ୍ତ୍ରଣ ହାସଲ ପରେ ଫିଫା ଏହି ନିଷ୍ପତ୍ତି ନେଇଛି। ଫିଫା ଏବଂ ଏଏଫସି ଏଆଇଏଫଏଫର ଘଟଣାକ୍ରମ ଉପରେ ନଜର ରଖିବେ। ଏଥିସହ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରାଇବାରେ ଏଆଇଏଫଏଫର ସମର୍ଥ କରିବେ। ଫିଫା ଭାରତରେ ୧୭ ବର୍ଷରୁ କମ ମହିଳା ବିଶ୍ଵ କପ୍ କରାଇବାର ଅଧିକାର ପୁନର୍ବାର ଏଆଇଏଫଏଫକୁ ପ୍ରଦାନ କରିଛି।

ଫିଫା ନିଜର ବୟାନରେ କହିଥିଲା ଯେ, ଏଆଏଫ୍‌ଏଫ୍ କାର୍ଯ୍ୟକାରୀ କମିଟିର ଶକ୍ତିକୁ ଗ୍ରହଣ କରିବା ପାଇଁ ପ୍ରଶାସନଙ୍କ ଏକ ସମିତି ଗଠିତ କରିବା ଆଦେଶର ନିରସ୍ତ ହେବା ଏବଂ ଏଆଇଏଫଏଫ୍ ପ୍ରଶାସନ ଦ୍ୱାରା ଦୈନିକ ମାମଲା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପରେ ନିଲମ୍ବନ ହଟାଇ ନିଆଯିବ ।

ଫିଫାର କହିଥିଲା ଯେ, ନିଲମ୍ବନର ଅର୍ଥ ହେଲା ଯେ, ଭାରତରେ ୨୦୨୨ ଅକ୍ଟୋବର ୧୧-୩୦ରେ ହେବାକୁ ଥିବା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପରେ ଆୟୋଜନ ହୋଇପାରିବ ନାହିଁ । ମାତ୍ର ଫିଫା କହଥିଲା ଯେ, ଏହି ଟୁର୍ଣ୍ଣାମେଣ୍ଟସଂପର୍କିତ ଆଗାମୀ ପଦକ୍ଷେପକୁ ଆକଳନ କରାଯାଉଛି ଏବଂ ଆବଶ୍ୟକ ପଡ଼ିଲେ ଏହି ମାମଲାକୁ ବ୍ୟୁରୋକୁ ପଠାଯିବ ।

Comments are closed, but trackbacks and pingbacks are open.