ଦୈନିକ ଭାଗ୍ୟଫଳ

25

ରାଶିଫଳ : ୨୭-୦୮-୨୦୨୨ ରାଶିଫଳ : ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ,କ୍ରୋଧରୁ ଦୂରେଇ ରୁହନ୍ତୁ I ମିଛରେ ଓ ମୀନ ରାଶି ପାଇଁ ଦିନଟି ସର୍ବୋତ୍ତମ I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ :

ମେଷ : ପାରିବାରିକ ସମସ୍ୟା ଗୁଡିକୁ ବୁଝିବାକୁ ଚେଷ୍ଟା କରନ୍ତୁ I ମନକୁ ଶାନ୍ତ ରଖନ୍ତୁ I କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ I ପିଲାମାନଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି Iପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ I ଆପଣ ସରକାରୀ କାର୍ଯ୍ୟରେ ସଫଳତା ପାଇବେ I

ବୃଷ : ମନୋବଳ ଦୃଢ ରହିବ I କାର୍ଯ୍ୟରେ ସଫଳତା ପାଇବେ I ମାଆଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ I ବିଦ୍ୟାର୍ଥୀ ମାନେ ପାଠ ପଢ଼ାରେ ଉନ୍ନତି କରିବେ I ସରକାରୀ କ୍ଷେତ୍ରରେ ଲାଭ , ଆର୍ଥିକ କାରବାର ରେ ସଫଳତା ମିଳିବ I

ମିଥୁନ : ନୂତନ କାର୍ଯ୍ୟରେ ସଫଳତା ,ସରକାରୀ କାର୍ଯ୍ୟରେ ଲାଭବାନ ହେବେ I ବୃତ୍ତିଗତ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ I ପଡ଼ୋଶୀମାନଙ୍କ ସହିତ ପୁରୁଣା ବାଦ ବିବାଦ ସମାଧାନ ହେବ I ଶତ୍ରୁ ପରାଜିତ ହେବେ I ଆର୍ଥିକ ସ୍ଥିତି ସୁଦୃଢ଼ ହେବ I

କର୍କଟ : ନକାରାତ୍ମକ ମାନସିକତା କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ I ଅଯଥା କ୍ରୋଧ ରୁ ଦୂରେଇ ରୁହନ୍ତୁ I ଆଖି ଯନ୍ତ୍ରଣା ହେବାର ସମ୍ଭାବନା ଅଛି I ପରିବାର ସଦସ୍ୟ ଙ୍କ ସହିତ ବୁଝାମଣା ର ଅଭାବ ରହିବ I ଖର୍ଚ୍ଚାନ୍ତ ହେବେ I

ସିଂହ : ଆତ୍ମବିଶ୍ୱାସ ବୃଦ୍ଧି ହେବ I ବୁଝିବିଚାରି କାର୍ଯ୍ୟ କରନ୍ତୁ I ଗୁରୁଜନଙ୍କ ଠାରୁ ସତଉପଦେଶ ଗ୍ରହଣ କରନ୍ତୁ I ସାମାଜିକ ସମ୍ମାନରେ ବୃଦ୍ଧି ଘଟିବ I ପାରିବାରିକ ପରିବେଶ ଉତ୍ତମ ରହିବ I ପିଲାମାନଙ୍କ କାର୍ଯ୍ୟକୁ ନେଇ ଆନନ୍ଦିତ ହେବେ I

କନ୍ୟା : ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ I ଆଜିର ଦିନ ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ଖୁସି ଖବର ମିଳିପାରେ। ଚାକିରି ଓ ବେପାରରେ ସଫଳତା ମିଳିବ। ଲାଭ ବଢ଼ିବ। ସରକାରୀ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ଏବେ ସଫଳତା ମିଳିବ।

ତୁଳା : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ I ବିଭିନ୍ନ କ୍ଷେତ୍ରରେ ପାଇଥିବା ଲାଭ ସହିତ ତୁମର ଖୁସି ବୃଦ୍ଧି ପାଇବ I ଆୟ ମଧ୍ୟ ବୃଦ୍ଧି ପାଇବ I ସାଙ୍ଗମାନଙ୍କ ପଛରେ ଖର୍ଚ୍ଚାନ୍ତ ହେବେ I ସୁଖାଦ୍ୟ ଭୋଜନ କରିବେ I ପାରିବାରିକ ଜୀବନ ସୁଖମୟ ହେବ I

ବିଛା : ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ I ଘରୋଇ ଜୀବନରେ ସୁଖ ମିଳିବ I ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ I ଚାକିରି – ବ୍ୟବସାୟରେ ଅଗ୍ରଗତି ହେବ I ଉଚ୍ଚ ଅଧିକାରୀ ଏବଂ ଗୁରୁଜନ ମାନଙ୍କଠାରୁ ଲାଭ ମିଳିବ I ଆର୍ଥିକ ପରିସ୍ଥିତି ଲାଭଦାୟକ ହେବ I

ଧନୁ : ଆଜି ଶାରୀରିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

ମକର : ଅବଶ୍ୟ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ କିନ୍ତୁ ସାମାନ୍ୟ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିପାରେ। ଶାସ୍ତ୍ରାନୁଶୀଳନ,କଳା ସାହିତ୍ୟ, ସଙ୍ଗୀତ ଚର୍ଚ୍ଚାରେ ଦିନଟିକୁ ଉପଭୋଗ କରିପାରନ୍ତି। ସହନଶୀଳତା ଗୁଣରୁ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ।

କୁମ୍ଭ : ଆତ୍ମ ବିଶ୍ୱାସ ଦୃଢ ହେବ I ଦୀର୍ଘ ଦିନରୁ ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ। ପାରିବାରିକ ଜୀବନ ସୁଖମୟ ହେବ I ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ I

ମୀନ : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ଦିନ ହେବ I ଆତ୍ମ ବିଶ୍ୱାସ ବଢିବ I ସ୍ୱାସ୍ଥ୍ୟ ଭଲ ରହିବ I ଘରେ ସୁଖ ଶାନ୍ତି ର ପରିବେଶ ରହିବ I ଅଟକିଥିବା କାର୍ଯ୍ୟ ଆଗେଇବ I ପ୍ରତିପକ୍ଷଙ୍କ ସାମ୍ନାରେ ବିଜୟ ପାଇବେ I ମହିଳାମାନେ ସୁଖୀ ହେବେ I

Comments are closed, but trackbacks and pingbacks are open.