କଂଗ୍ରେସ ର ହାତ ଛାଡି ଆଜାଦ ହେଲେ ଗୁଲାମନବୀ

26

ଅର୍ଦ୍ଧ ଶତାବ୍ଦୀ ଧରି କଂଗ୍ରେସ କଂଗ୍ରେସ ସହିତ ରହିବା ପରେ ହାତ ଛାଡି ଆଜାଦ ହେଲେ ବରିଷ୍ଠ ନେତା ଗୁଲାମ ନବୀ I ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ସମସ୍ତ ପଦ ରୁ ଇସ୍ତଫା ଦେଇଛନ୍ତି I ଏହା ସହିତ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ୫ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ପଠାଇଛନ୍ତି I ଏହି ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଉପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଦଳରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଥିବା ସାଂଘାତିକ ଅଭିଯୋଗ କରିଛନ୍ତି I କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଦଳ ଛାଡିବା କାରଣ ଗୁଡିକ ଗୋଟି ଗୋଟି କରି ଲେଖିଛନ୍ତି ଗୁଲାମନବୀ ।

ବିଗତ କିଛି ଦିନ ହେଲା ଦଳୀୟ ଆଚରଣ ଓ କାର୍ଯ୍ୟଶୈଳୀକୁ ନେଇ ଆଜାଦ ଅସନ୍ତୋଷ ପ୍ରକାଶ କରି ଚାଲିଥିଲେ। ବିଶେଷ କରି ଦଳରେ କୌଣସି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ନ ହେବା ଓ ଦଳର ଆଭ୍ୟନ୍ତରୀଣ ନିର୍ବାଚନ କରା ନଯିବା ଘଟଣାକୁ ନେଇ ସେ ମୁହଁ ଖୋଲିଥିଲେ। ଏପରି କି ସାଂଗଠନିକ ପରିବର୍ତ୍ତନ କରାଯିବାର ଆବଶ୍ୟକତା ଥିବା କଥା କହି ସେ ସୋନିଆ ଗାନ୍ଧିଙ୍କୁ ଚିଠି ମଧ୍ୟ ଲେଖିଥିଲେ।

ଗୁଲାମ ନବୀ ଆଜାଦ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ପରାମର୍ଶ ଅନୁସରଣ କରିବାର ପରମ୍ପରା ନଷ୍ଟ ହୋଇ ଯାଇଥିଲା। ଗୁଲାମ ନବୀ ଆଜାଦ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଅଣଦେଖା କରାଯାଇଥିଲା। ସେହିପରି ଅଭିଜ୍ଞଙ୍କ ବଦଳରେ ଅନଭିଜ୍ଞମାନଙ୍କୁ ସ୍ଥାନ ଦିଆଯାଇଥିଲା। ଅନ୍ୟପଟେ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ଜି-୨୩ ଗ୍ରୁପର ପ୍ରମୁଖ ଚେହେରା ଥିଲେ ଗୁଲାମ ନବୀ। ଅନେକ ସମୟରେ ଗୁଲାମ ନବୀ ଦଳର ସିଡବ୍ଲ୍ୟସିର ନିଷ୍ପତ୍ତିକୁ ଚାଲେଞ୍ଜ କରି ଆସୁଥିଲେ। କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ସେ ବାରମ୍ବାର ଦାବି କରି ଆସୁଥିଲେ

Comments are closed, but trackbacks and pingbacks are open.