ଦୈନିକ ଭାଗ୍ୟଫଳ

21

ରାଶିଫଳ -୨୪-୦୮-୨୦୨୨ ବୁଧୁବାର : ମେଷ,କର୍କଟ,ମୀନ ରାଶି ର ବ୍ୟକ୍ତି ଙ୍କର ଆର୍ଥିକ ଉନ୍ନତି ହେବ I

ମେଷ : ଆଜି ସାଧାରଣ ଅପେକ୍ଷା ଭଲ ଦିନ ହେବ I ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ, ବ୍ୟବସାୟ ରୁ ଲାଭ ମିଳିବ I ନୂତନ କର୍ମ ନିଯୁକ୍ତି ପାଇଁ ବାଟ ଫିଟିବ I ବକ୍ତବ୍ୟରେ ସଂଯମତା ରଖନ୍ତୁ I ଇଚ୍ଛାକୃତ ଫଳାଫଳ ପାଇବା ପାଇଁ ଛାତ୍ରମାନେ କଠିନ ପରିଶ୍ରମ କରିବେ I

ବୃଷ : ଶାରୀରିକ ରୂପରେ ସୁସ୍ଥ ରହିବେ I ମନ ଆନନ୍ଦିତ ରହିବ I କର୍ମକ୍ଷେତ୍ରରେ ବସ ଙ୍କ ଠାରୁ ଉଚ୍ଚ ପ୍ରଶଂସା ପାଇବେ I ମାନ ସମ୍ମାନ ବୃଦ୍ଧି ହେବ I ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ I

ମିଥୁନ : ଆପଣ ଆଜି ମାନସିକ ସ୍ତରରେ ବିଚଳିତ ହୋଇପାରନ୍ତି I କିଛି ଭୁଲ ନିଷ୍ପତ୍ତି ଯୋଗୁଁ ଆର୍ଥିକ କ୍ଷତି ହୋଇପାରେ I ବୁଝି ବିଚାରି ପୁଞ୍ଜି ବିନିଯୋଗ କରନ୍ତୁ I ଚାକିରି ବ୍ୟବସାୟରେ ଚାଲିଥିବା ସମସ୍ୟାଗୁଡ଼ିକ କମ୍ ହେବ I ପାରିବାରିକ ବୁଝାମଣା ଉତ୍ତମ ରହିବ I

କର୍କଟ : ଆଜି ଭାଗ୍ୟ ଆପଣଙ୍କୁ ଅନୁଗ୍ରହ କରିବ I ଆର୍ଥିକ କ୍ଷେତ୍ରରେ ଚାଲିଥିବା ସମସ୍ୟା ଦୂର ହେବ I ପରିବାର ସମ୍ବନ୍ଧିତ କୌଣସି ଶୁଭ ସମାଚାର ଶୁଣିବେ। ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ

ସିଂହ : ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶୃଙ୍ଖଳତା, କାର୍ଯ୍ୟଦକ୍ଷତା ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିବେ। ଦେହ ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

କନ୍ୟା : ଅନ୍ୟର କଥା ଶୁଣି ମନ ଖରାପ କରନ୍ତୁ ନାହିଁ । ଅନ୍ୟମାନଙ୍କ ସହ ସମ୍ପର୍କ ସ୍ଥାପନକୁ ପରିବାରରେ ବିରୋଧାଭାସ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗିତା ହେତୁ ମାନସିକ ସ୍ଥିତି ଠିକ୍ ରହିବ।

ତୁଳା : ଆଜି ଦିନଟି ଆପଣଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ରହିବ I ଆଜି ଆପଣ ନିଜ ଜ୍ଞାନ ଖଟାଇ ଘରୋଇ ବିବାଦକୁ ସମାଧାନ କରିବେ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ I

ବିଛା : ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ। ନିର୍ଦ୍ଦିଷ୍ଟ ସମୟରେ କାମଟି ପୂର୍ଣ୍ଣାଙ୍କ ନ ହେଲେ ମଧ୍ୟ କିଛି ଅଂଶରେ ଆଗକୁ ବଢି ଚାଲିବ। ପାରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ ।

ଧନୁ : ଦିନଟି ମିଶ୍ରିତ ଫଳଦାୟୀ ହେବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ ସତର୍କତାର ସହ ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର : ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ । ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ। ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର, ଈର୍ଷା ଓ ଘୃଣା ପରି ନକରାତ୍ମକ ମନଭାବନା ବି କମିଯିବ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ।

କୁମ୍ଭ : ଆର୍ଥିକ ଦୃଷ୍ଟିରୁ ଦିନଟି ନିରାଶ ଜନକ ରହିବ I ପିଲା ମାନଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I ଜାଗାଜମି ଗୃହସମ୍ବନ୍ଧୀୟ କୌଣସି ମହତ୍ୱପୂର୍ଣ୍ଣ ସୂଚନା ମିଳିବ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ୱ ବିକଶିତ ହେବ।

ମୀନ : ଆର୍ଥିକ ଉନ୍ନତି ହେବ । ପିଲାମାନଙ୍କ ପଢା ପଢି କୁନେଇ ଚିନ୍ତିତ ରହିବେ I ଘରୋଇ ପରିବେଶ ଉତ୍ତମ ରହିବ Iଭୌତିକ ଓ ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ ରହିପାରନ୍ତି । ପରିବାର ସମସ୍ୟାର ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ ।

Comments are closed, but trackbacks and pingbacks are open.