ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ଆଶଙ୍କା : ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

34

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ। ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ।’ ରବିବାର ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା। ଏହି ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି। ଏହା ସହିତ ଜିଲ୍ଲାରେ ଜରୁରୀ କାଳୀନ ପରିସ୍ଥିତିରେ ହେଲିକେପ୍ଟର ବ୍ୟବହାର ମଧ୍ୟ କରିପାରିବେ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ଏହି କ୍ଷମତା ଦିଆଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟୁଇଟ କରି ସୂଚନା ଦେଇଛନ୍ତି । ଏଥିସହ ଜରୁରୀକାଳୀନ ପରିସ୍ଥତିର ମୁକାବିଲା କରିବାକୁ ଏକ ହେଲିକପ୍ଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ ଭୋଗରାଇ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଅତିକ୍ରମ କରିସାରିଛି Iସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ, ବର୍ତ୍ତମାନ ନଦୀରେ ୧୦.୪୧ ମିଟରର ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ମିଳିଥିବା ସୂଚନା ମୁତାବକ, ୩ ଘଣ୍ଟରେ ୧ ଫୁଟରୁ ଅଧିକ ବଢୁଛି ଜଳସ୍ତର । ଯାହା ଫଳରେ ବାଲେଶ୍ୱରର ୪ ବ୍ଳକକୁ ଘନଉଛି ବିପଦ । ଅପରାହ୍ନ ୩ଟାରେ ନଦୀରେ ୧୦.୪୧ ଫୁଟରେ ଜଳ ପ୍ରବାହିତ ହେଉଥିବା ସୂଚନା ଦେଇଥିଲା ଜଳସମ୍ପଦ ବିଭାଗ । ଯାହାକି ୧୨ଟାରେ ଥିଲା ୯.୬୨ ମିଟର । ତେବେ ଏକ ଘଣ୍ଟାରେ ଏକ ମିଟରରୁ ଅଧିକ ବଢୁଛି ନଦୀର ଜଳସ୍ତର ।

Comments are closed, but trackbacks and pingbacks are open.