ଭୁବନେଶ୍ୱର ଏମ୍‌ସ ରେ ଅଘଟଣ : ପଞ୍ଚମ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

26

ଭୁବନେଶ୍ୱର AIIMSର ଘଟିଛି ଅଘଟଣ I ପଞ୍ଚମ ମହଲା ଝରକାରୁ ଡେଇଁ ରୋଗୀଙ୍କ ମୃତ୍ୟୁ । ମୃତକ ହେଲେ ପୁରୀ ଜିଲ୍ଲାର ୪୦ ବର୍ଷୀୟ ମହେନ୍ଦ୍ର ସ୍ୱାଇଁ । ସେ ଗତ କିଛି ଦିନ ଧରି ପ୍ଲାଷ୍ଟିକ୍‌ ସର୍ଜରୀ ଓ୍ଵାର୍ଡରେ ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ନ ରେ ଛାତରେ ହ୍ଵିଲ ଚେୟାରରେ ବୁଲୁ ଥିବା ବେଳେ ହଠାତ ଝରକାରୁ ଡେଇଁ ପଡ଼ିଥିଲେ । ମହେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବପର ହୋଇନଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ଡେଇଁଲେ ତାହା ଜଣାପଡ଼ି ନ ଥିଲେ ମଧ୍ୟ କିଛି ଦିନ ପୂର୍ବରୁ ତାଙ୍କ ପାଦ ରେ ସର୍ଜରୀ କରାଯାଇଥିଲା । ଘଟଣାସ୍ଥଳରେ ଭୁବନେଶ୍ୱର ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ କରୁଛି ।

Comments are closed, but trackbacks and pingbacks are open.