ଦୈନିକ ଭାଗ୍ୟଫଳ

27

ରାଶିଫଳ : ୧୯ -୦୮-୨୦୨୨ ଶୁକ୍ରବାର : କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ I

ମେଷ : ଦିନଟି ଉତ୍ସାହରେ ଭରପୁର ରହିବ I ସ୍ୱାସ୍ଥ୍ୟ ଭଲ ରହିବ I କର୍ମକ୍ଷେତ୍ରରେ ଉନ୍ନତି କରିବେ I ଗୃହରେ ମାଙ୍ଗଳିକ କାର୍ଯ୍ୟ ସଂପାଦନ କରିବେ।ପାରିବାରିକ ଜୀବନ ସୁଖମୟ ହେବ I

ବୃଷ : ଘରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ I ପାରିବାରିକ ବିଷୟ କୁ ନେଇ ଚିନ୍ତିତ ରହିବେ I ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ଉପରିସ୍ଥ ଅଧିକାରୀ ଙ୍କ ସହ ସମ୍ପର୍କ ଉତ୍ତମ ରହିବ I

ମିଥୁନ :ବ୍ୟବସାୟୀମାନେ ଲାଭ ପାଇଲେ ମଧ୍ୟ ସ୍ୱାସ୍ଥ୍ୟକୁ ନେଇ ଅର୍ଥବ୍ୟୟ ହେବ। ପାରିବାରିକ ସମସ୍ୟା ଯାହା ଥିଲା ତାହାର ସମାଧାନ ହେବ । ବହୁଦିନରୁ ବାକି ପଡିଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯାୟରେ ପହଞ୍ଚିବ I

କର୍କଟ : ଉପାର୍ଜନକ୍ଷମ ହେବେ । ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ପୂର୍ବରୁ ସମୟ ଖରାପ ଥିଲା। କିନ୍ତୁ ଏବେ ଭଲ ସମୟ ଆସିଛି। ଏଣୁ ଉଦ୍ୟମରେ ସଫଳତା ମିଳିବ। ନୂତନ କାମକୁ କାର୍ଯ୍ୟକାରୀ କରିବେ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ।

ସିଂହ : ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆପାଣାଛାଏ ସମାଧାନ ହୋଇଯିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସୁଶୀଳ ପତ୍ନୀର ସାହଚର୍ଯ୍ୟା ମିଳିବ।

କନ୍ୟା : ଖରାପ ସମୟ ଥିଲା ଏବେ ଭଲ ସମୟ ଆସିଛି। ଋଣ ପରିଶୋଧ କରିବେ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ତୁଳା :ଆଜି ଆପଣ ସାମାଜିକ କାର୍ଯ୍ୟକ୍ରମରେ ପ୍ରଶଂସା ପାଇବେ I ପ୍ରିୟଜନ ଙ୍କ ସହିତ ସାକ୍ଷାତ ମଧୁର ରହିବ I ଦାମ୍ପତ୍ୟ ଜୀବନରେ ସୁଖ ଏବଂ ତୃପ୍ତିର ଅନୁଭୂତି ରହିବ I ବାକିଆ ଅର୍ଥ ଫେରସ୍ତ ପାଇବେ ।ଆଜି ଆଧ୍ୟାତ୍ମିକ ସଫଳତା ପାଇବାର ସମ୍ଭାବନା ଅଛି I ପୂଜା ପାଠ ପ୍ରତି ଆଗ୍ରହ ବୃଦ୍ଧି ପାଇବ I

ବିଛା : ପ୍ରକାଶନ, ଯାତ୍ରା, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଅଷ୍ଟମାଧିପତି ନବମ ଭାବରେ ରହି ଆପଣଙ୍କ ଉଦ୍ୟମ ଓ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରନ୍ତି। ଆଜି ଘର କାମ ସାଙ୍ଗକୁ ଅଫିସ୍ କାମର ଚାପ ବଢିଯିବା କାରଣରୁ ବ୍ୟସ୍ତତା ବଢି ଯାଇପାରେ ।

ଧନୁ : କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ରହିବାକୁ ପଡିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ ସତର୍କତାର ସହ ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର : ଆଜି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ I ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ସହ ଶତ୍ରୁତା ହେବ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ ଆର୍ଥିକ ସଙ୍କଟ ଦେଖାଦେବ। କର୍ମରେ ବିଫଳତା, ସମ୍ମାନ ହାନି ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ।

କୁମ୍ଭ : ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଋଣ ପରିଶୋଧ କରିବେ। ନୂଆ ଯାନ କିଣିବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନ ସମ୍ମାନ ମିଳିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ମୀନ : ପରୋଉପକାରୀ ହେବେ I ବନ୍ଧୁ ମାନଙ୍କ ସହିତ ବ୍ୟବହାର ଉତ୍ତମ ରହିବ I ବ୍ୟବସାୟ ସମ୍ପ୍ରସାରଣ କରିବେ I ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟମ ରହିବ I ଆର୍ଥିକ ସଙ୍କଟ ଲାଗି ରହିଲେ ମଧ୍ୟ ନୂତନ କାର୍ଯ୍ୟ ବିପିନ ଉତ୍ସାହିତ ରହିବେ I

Comments are closed, but trackbacks and pingbacks are open.