ନିୟନ୍ତ୍ରଣ ହରାଇ ନଦୀକୁ ଖସିଲା ସୁରକ୍ଷାକର୍ମୀଙ୍କ ବସ୍‌, ୬ ITBP ଯବାନ ମୃତ,୧୫ ରୁ ଉର୍ଦ୍ଧ୍ଵ ଆହତ

105

ITBP ଯବାନଙ୍କ ବସ ଦୁର୍ଘଟଣାଗ୍ରସ୍ତ । ଜାମ୍ମୁ ଓ କାଶ୍ମୀରର ପେହଲଗାଓଁରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଅମରନାଥ ଯାତ୍ରା ସମାପ୍ତ କରି ବସଟି ୩୯ ସୁରକ୍ଷାକର୍ମୀଙ୍କୁ ନେଇ ଚନ୍ଦନୱାଡ଼ିରୁ ପହଲଗାମ କ୍ୟାମ୍ପ କୁ ଫେରୁଥିଲା I ବ୍ରେକ୍ ଫେଲ୍ ହେବାରୁ ପହଲଗାମର ଫିସଲାନ୍‌ରେ ଥିବା ଏକ ଘାଟି ତଳକୁ ବସ ଟି ଖସି ପଡିଥିଲା I ଏଥିରେ ୬ ଜଣ ଆଇଟିବିପି ଯବାନଙ୍କ ମୃତ୍ୟୁ ହେବା ସାଙ୍ଗକୁ ୧୫ ରୁ ଉର୍ଧ୍ଵ ସେନIକର୍ମୀ ଆହତ ହୋଇଛନ୍ତି I କିଛି ଯବାନ ନଦୀରେ ଭାସି ଯାଇ ଥିବା ନେଇ ଆଶଙ୍କା କରାଯାଉଛି । ଏହି ବସ୍ ପଛରେ ଆଇଟିବିପି ଯବାନଙ୍କୁ ନେଇ ଆଉ ଏକ ବସ୍ ଆସୁଥିଲା। ସେଥିରେ ଥିବା ଯବାନମାନେ ଆହତ ଯବାନଙ୍କୁ ଉଦ୍ଧାର କରିଥିଲେ। ଏୟାରଲିଫ୍ଟ କରାଯାଇ ଶ୍ରୀନଗର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed, but trackbacks and pingbacks are open.