ରାଜ୍ୟଗୋଷ୍ଠୀ ପଦକ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ ,କହିଲେ ଝିଅ ମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର

24

ଆଜି ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀ ତାଙ୍କ ନୂଆ ଦିଲ୍ଲୀସ୍ଥିତ ବାସଭବନ ରେ ବର୍ମିଂହାମ କମନୱେଲଥ ଗେମ୍ସ ୨୦୨୨ ର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କମନୱେଲଥ ଗେମ୍ସରେ ଭାରତ ୨୨ ଟି ସ୍ୱର୍ଣ୍ଣ, ୧୬ ଟି ରୌପ୍ୟ ଏବଂ ୨୩ ଟି ବ୍ରୋଞ୍ଜ ପଦକ ସହିତ ମୋଟ ୬୧ ଟି ପଦକ ଜିତିଛି I ସମୁଦାୟ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ଥିଲା। ଏଥିରେ ପ୍ରାୟ ୨୦୦ ଭାରତୀୟ ପ୍ରତିଯୋଗୀ ୧୬ଟି ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ବର୍ମିଂହାମ ଯିବା ପୂର୍ବରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଳାଳିଙ୍କୁ ଭେଟି ଉତ୍ସାହିତ କରିଥିଲେ ଏବଂ ଖେଳାଳିମାନେ ଫେରିବା ପରେ ସେ ସେମାନଙ୍କୁ ଭେଟିବେ ବୋଲି ପ୍ରତିଶୃତି ଦେଇଥିଲେ।

କମନୱେଲଥ ଗେମ୍ସ କୁସ୍ତିରେ ଭାରତୀୟ ଖେଳାଳିମାନେ ସର୍ବାଧିକ ପଦକ ଜିତିଥିଲେ। କୁସ୍ତିରେ ଭାରତ ମୋଟ ୧୨ ଟି ପଦକ ଜିତିଛି I ଏଥିରେ ୬ ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୫ ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ I ଭାରତ ୧୮ ତମ ଥର ପାଇଁ ଏହି ଖେଳଗୁଡିକରେ ପ୍ରବେଶ କରିଥିଲା ​​I ଏଥିରେ ୧୦୪ଜଣ ପୁରୁଷ ଏବଂ ୧୦୩ ମହିଳା ଖେଳାଳି ଅଂଶଗ୍ରହଣ କରିଥିଲେ I ପୁରୁଷମାନେ ୩୫ ଟି ପଦକ ଏବଂ ମହିଳା ୨୬ ଟି ପଦକ ଜିତିଛନ୍ତି I ସେହିପରି ଭାରୋତ୍ତୋଳନ ରେ ଭାରତ କୁ ମୋଟ ୧୦ ଟି ପଦକ ମିଳିଛି I ମିରବାଇ ଚାନୁ, ଅଚିନ୍ତା ଶେଉଲି ଏବଂ ଜେରେମି ଲାଲ୍ରିନ୍ନୁଙ୍ଗା ସ୍ୱର୍ଣ୍ଣ ଜିତିଥିଲେ। ଭାରତୀୟ ବକ୍ସରମାନେ ମଧ୍ୟ ୭ ଟି ପଦକ ଜିତିଥିଲେ I ନିଖତ ଜରିନ୍ ଏବଂ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।

Comments are closed, but trackbacks and pingbacks are open.