ଇସ୍ରାଏଲ ପକ୍ଷରୁ ପାଲେଷ୍ଟାଇନର ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ

21

ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବାପରେ ଇସ୍ରାଏଲ ସେନା ପାଲେଷ୍ଟାଇନର ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ କରିଛି I ଏହି ଆକ୍ରମଣରେ ଆତଙ୍କବାଦୀ ସଂଗଠନ ପାଲେଷ୍ଟାଇନ ଇସଲାମିକ ଜିହାଦ (ପିଜି) ର ବରିଷ୍ଠ କମାଣ୍ଡର ତାଇସର ଅଲ-ଜାବାରୀଙ୍କୁ ହତ୍ୟା କରାଯାଇଛି । ଏହା ବାଦ ଅନ୍ୟ ୯ଜଣ କୁଖ୍ୟାତ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀଙ୍କ ଆଡା ସହିତ ବହୁ ଘର ମଧ୍ୟ ଭସ୍ମୀଭୂତ ହୋଇଥିବାର ସୂଚନା ମିଳିଛି I ଏୟାରଷ୍ଟ୍ରାଇକ ରେ ପ୍ରାୟ ୪୦ରୁ ଅଧିକ ସାଧାରଣ ଲୋକେ ଆହତ ହୋଇଛନ୍ତି । ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ ରେ ୱେଷ୍ଟ ବ୍ୟାଙ୍କରେ ଜଣେ ବରିଷ୍ଠ ଫିଲିସ୍ତୀନୀ ବିଦ୍ରୋହୀଙ୍କୁ ଗିରଫ କରାଯାଇଛି । ହମାସ ଶାସିତ ଅଞ୍ଚଳରେ ଏବେ ଉତ୍ତେଜନା ବୃଦ୍ଧି ପାଇଛି ଏଠାରେ ପ୍ରାୟ ୨୦ ଲକ୍ଷ ଫିଲିସ୍ତୀନୀ ବାସ କରନ୍ତି।

ଚଳିତ ସପ୍ତାହରେ ଇସ୍ରାଏଲର ପଶ୍ଚିମପ୍ରାନ୍ତରୁ ଜଣେ କୁଖ୍ୟାତ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। ଏହାପରେ ଇସ୍ରାଏଲ ସେନାକୁ ଟାର୍ଗେଟ କରି ଆତଙ୍କବାଦୀମାନେ ହମଲା କରିବାକୁ ଯୋଜନା କରିଥିଲେ। ଏହାକୁ ପଣ୍ଡ କରିବାକୁ ଆଜି ଇସ୍ରାଏଲ ସେନା ଗାଜାରେ ଥିବା ଇସଲାମିକ ଜିହାଦ ଆତଙ୍କୀ ସଂଗଠନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା I

ହମାସର ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ପରେ ଗାଜାରୁ ରକେଟ୍ ମାଡ ହେବାର ଆଶଙ୍କା ରହିଛି । ଏହାପରେ ଏହି ସମଗ୍ର ଅଞ୍ଚଳରେ ପୁଣି ଥରେ ଯୁଦ୍ଧ ପରି ସ୍ଥିତି ହୋଇପାରେ । ଗାଜା ସହରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି, ଏଠାରେ ଏକ ବଡ଼ ବିଲ୍ଡିଂର ସପ୍ତମ ମହଳାର ଧୂଆଁ ଦେଖିବାକୁ ମିଳିଛି ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାରି ଲାପିଡ କହିଛନ୍ତି, ଇସଲାମିକ ଜିହାଦ ବିରୋଧରେ ‘ବ୍ରେକିଂ ଡାଉନ’ ଅପରେସନ ଆରମ୍ଭ କରାଯାଇଥିଲା।ଇସ୍ରାଏଲ ନିଜ ଦେଶରେ ମଧ୍ୟ ସ୍ୱତନ୍ତ୍ର ସ୍ଥିତି ଘୋଷଣା କରି ସୀମାର ୮୦ କିଲୋମିଟର ପରିସର ସମସ୍ତ ସ୍କୁଲ ବନ୍ଦ କରିବାକୁ କୁହାଯାଇଛି।

Comments are closed, but trackbacks and pingbacks are open.