ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତ ଦାନ ଆରମ୍ଭ : ଭୋଟ ଦେଲେ ପ୍ରଧାନ ମନ୍ତ୍ରୀ

24

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନ ରେ ମତ ଦାନ ଆରମ୍ଭ ହୋଇ ଯାଇଛି । ଆଜି ସକାଳ ୧୦ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିବ । ଏହାପରେ ଆଜି ଗଣତି କରାଯାଇ ଫଳାଫଳ ଘୋଷିତ ହେବ । ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ସଂସଦ ଭବନରେ ପହଞ୍ଚି ଭୋଟ ଦେଇଛନ୍ତି । ଏଥିସହ ବିଭିନ୍ନ ଦଳର ସାଂସଦମାନେ ବି ଆସି ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ସୂଚନାନୁସାରେ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ଓ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ।

Comments are closed, but trackbacks and pingbacks are open.