ଟ୍ରକ ଦୁର୍ଘଟଣାରେ ମାଆ ଝିଅଙ୍କ ମୃତ୍ୟୁ : ପ୍ରତିଶୋଧ ପରାୟଣ ହୋଇ ଟ୍ରକ ଡ୍ରାଇଭର କରିଥିଲେ ହତ୍ୟା

11

ଯାଜପୁର ୦୪-୦୮-(ପି.ଏନ.ଏ) : ଟ୍ରକ ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣା ର ହୋଇଛି ପରଦା ଫାସ I ଏହା ଦୁର୍ଘଟଣା ନୁହେଁ,ପ୍ରତିଶୋଧ ପରାୟଣ ହୋଇ ଯୋଜନା ବଦ୍ଧ ଭାବେ ହତ୍ୟା ମା’ ଝିଅଙ୍କୁ ହତ୍ୟା କରିଛି ଟ୍ରକ ଡ୍ରାଇଭର ! ବୁଧବାର ଅପରାହ୍ନରେ ୫୩ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ଟ୍ରକ୍‌ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣାରେ ଆସିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ। ପୁଲିସ୍‌ ନିଜ ଆଡୁ ହତ୍ୟା ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଓ ଝିଅ ଲିପିକା ଚକ୍ରବର୍ତ୍ତୀ(୨୪) ବୁଧବାର ଅପରାହ୍ନରେ କେନ୍ଦ୍ରାପଡ଼ାରୁ ନିଜ ବାପା ଙ୍କ ଶୁଦ୍ଧିକ୍ରିୟା ସାରି, ସ୍କୁଟିରେ ଘରକୁ ଫେରୁଥିଲେ।ଏହି ସମୟରେ ଏକ ଟ୍ରକ ମା ଓ ଝିଅ ଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା। ଯୁବତୀ ଜଣକ ଏହାର ପ୍ରତିବାଦ ସ୍ବରୂପ ଆରୂହା ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଅଟକାଇଥିଲେ। ଏହା ପରେ ଉଭୟ ଙ୍କ ଭିତରେ ବଚସା ହୋଇଥିଲା। ପାଟି ତୁଣ୍ଡ ଶୁଣି ସ୍ଥାନୀୟ ଲୋକ ଘଟଣସ୍ଥଳରେ ପହଞ୍ଚି ଆପୋଷ ସମାଧାନ କରି ବିଦା କରିଥଲେ। ବଚସା ବେଳେ ଯୁବତୀ ଜଣକ ଡ୍ରାଇଭରକୁ ମାଡ଼ମାରିବା ସହ ନିଜ ମୋବାଇଲରେ ଫଟୋ ଉଠାଇ ଥିଲେ। ଏହାପରେ ଡ଼୍ରାଇଭର ଯୁବତୀ ଓ ତାଙ୍କ ମାଙ୍କୁ ଦେଖିଦେବି ବୋଲି ଧମକ ଦେଇ ଚାଲି ଯିବାର କିଛି ସମୟ ପରେ ବରଡା ଛକ ନିକଟରେ ସଂପୃକ୍ତ ଟ୍ରକ୍ ଟି ଉଭୟ ମା’ଝିଅ ଙ୍କ ଉପରେ ଓଲଟି ପଡିଥିଲା I ଫଳରେ ଟ୍ରକ ତଳେ ଚାପି ହୋଇ ମା’ଝିଅ ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ପ୍ରଥମରୁ ଏହି ଘଟଣା ଦୁର୍ଘଟଣା ବୋଲି ଜଣାପଡୁଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଗଣ୍ଡଗୋଳରୁ ଏହି ଅମାନବୀୟ ଘଟଣା ଡ଼୍ରାଇଭର ଜଣକ ଘଟାଇଛି ବୋଲି ଜଣ ପଡିଥିଲା । ଏହି ଘଟଣାର ଜେନାପୁର ପୋଲିସ ନିଜ ପଟୁ ତଦନ୍ତ କରି ତୋଟାକଣ ଗାଁର ଡ୍ରାଇଭର ଅମର ସ୍ଵାଇଁକୁ ଗିରଫ କରିଛି। ମୃତଦେହ ଦୁଇଟିକୁ ବଡ଼ଚଣା ଡାକ୍ତରଖାନା ରେ ବ୍ୟବଛେଦ କରଯାଇଛି।

Comments are closed, but trackbacks and pingbacks are open.