ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ବାଲିପାଟଣା ଏଏସଆଇ

16

ଭିଜିଲାନ୍ସ ଜାଲରେ ଫସିଛନ୍ତି କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନାର ଏଏସଆଇ। ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏଏସଆଇ ପୁଷ୍ପଲତା ପାଇକରାୟ। ୨୦୨୦ ମସିହାର ଏକ ମାରପିଟ୍ କେସ୍ ପାଇଁ ଲାଞ୍ଚ ନେଉଥିଲେ ବାଲିପାଟଣା ଥାନା ଏଏସଆଇ ପୁଷ୍ପଲତା ପାଇକରାୟ ।
ଆକ୍ରମଣକାରୀଙ୍କୁ ଗିରଫ କରିବା ଏବଂ କେସ୍‌ର ଉପଯୁକ୍ତ ତଦନ୍ତ କରିବା ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ । ଏ ନେଇ ନୃସିଂହ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଦିନ ୧୧ ଟା ସମୟରେ ସରକାରୀ କ୍ଵାର୍ଟରରେ ରହି ନରିଶୋ କଣ୍ଟାପଡା ଗ୍ରାମର ଅଭିଯୋଗକାରୀ ନୃସିଂହ ସେନାପତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ, ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ ଟିମ୍ ଚଢ଼ାଉ କରିଥିଲେ।

Comments are closed, but trackbacks and pingbacks are open.