ଜଳ ସମ୍ପଦ ବିଭାଗ ପାଇଁ ୧୦୬ ମେକାନିକାଲ ଇଂଜିନିୟର ଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

14

ଭୁବନେଶ୍ୱର:୦୨-୦୮-(ପି.ଏନ.ଏ)ରାଜ୍ୟସରକାରଙ୍କ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଆଜି ଜଳ ସମ୍ପଦ ବିଭାଗର ୧୦୬ ଜଣ ଜୁନିୟର ଇଂଜିନିୟର (ମେକାନିକାଲ) ଯୋଗ ଦେଇଛନ୍ତି । ଏନେଇ ଆୟୋଜିତ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ଦେବା ସହ ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସ୍ୱାଗତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ କି ଆପଣମାନେ ଟେକ୍ନୋକ୍ରେଟ ହୋଇଥିବାରୁ ମୁଁ ଆପଣମାନେ ସମସ୍ତେ ପରିବର୍ତ୍ତନଶୀଳ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟାସହ ସମନ୍ୱୟ ରଖି ଆପଣଙ୍କ କାର୍ଯ୍ୟଦକ୍ଷତାର ସ୍ୱଚ୍ଛତା ଆଣିପାରିବେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ କି ଜଳ ସମ୍ପଦ ବିଭାଗରେ ଏବେ ୩୦ଟି ଇନ୍ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଓ ଆହୁରି ୧୬ ଟି ଇନଷ୍ଟ୍ରିମ ଷ୍ଟୋରେଜ କାମ ପାଇପ ଲାଇନରେ ରହିଛି । ଏହି ଇନଷ୍ଟ୍ରିମ ଷ୍ଟୋରେଜଗୁଡିକ କାର୍ଯ୍ୟକାରୀ ହେଲେ ଗ୍ରାମୀଣ ଜଳ ଯୋଗାଣ ସହ ଭୂପୃଷ୍ଟରେ ଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସହାୟକ ହେବ ।
ମୁଖ୍ୟମନ୍ତ୍ରୀ କହିଥିଲେ କି ଓଡିଶା ମୁଖ୍ୟତ କୃଷିପ୍ରମୁଖ ରାଜ୍ୟ ହୋଇଥିବାରୁ ଜମିକୁ ଜଳସେଚନ କରିବା ହେଉଛି ମୁଖ୍ୟତ ଏହି ବିଭାଗର ଦାୟିତ୍ୱ । ଏହାସହିତ ଜଳଭଣ୍ଡାର ଜଳର ପରିଚାଳନା ସହିତ ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ସୁରକ୍ଷା ଓ ସେମାନଙ୍କ ସଂପତ୍ତିର ରକ୍ଷା ସରକାରଙ୍କ ପ୍ରମୁଖ ଦାୟୀତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟରେ ୨.୫୦୦ ରୁ ଅଧିକ ଡ୍ୟାମ ରହିଛି । ଏହାସହ ଲୋୟର ସୁକତେଲ, ଦେଓ, କାନପୁର ଏବଂ ଘାଟକେଶ୍ୱର ଭଳି କିଛି ବନ୍ଧ ନିର୍ମାଣ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଇଂଜିନିୟରମାନେ ସେମାନଙ୍କ ଅନୁଭୂତି ବଖାଣି ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.