କାଷ୍ଟିଙ୍ଗ କାଉଚ ମାମଲାରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ କ୍ଲିନଚିଟ୍‌

16

ଭୁବନେଶ୍ୱର : ୦୨-୦୮(ପି.ଏନ.ଏ): ଓଲିଉଡ଼ ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ କ୍ଲିନଚିଟ୍‌। ୨୦୧୬ର କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ପପୁ ପମ ପମ ଓ ତାଙ୍କ ସହଯୋଗୀ ଗୀଟୁ । ନିର୍ଦ୍ଦୋଷରେ ଖଲାସ କଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ପପୁଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ ଜଣେ ନାବାଳିକା। ଅଭିଯୋଗ ପରେ ପପୁଙ୍କୁ ଗିରଫ କରାଯାଇଥିଲା। ତେବେ ଅଭିଯୋଗ ଆଧାରରେ ପପୁଙ୍କୁ ୭ ଦିନ ର ନୋଟିସ ମିଳିଥିଲେ ମଧ୍ୟ ତରବରିଆ ଭାବରେ ୨ ଦିନ ମଧ୍ୟରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ୪୩ ଦିନ ଜେଲ ରେ କାଟିବାକୁ ପଡିଥିଲା I
ଆଜି ନିର୍ଦ୍ଦୋଷ ରେ ଖଲାସ ହେବI ପରେ ପପୁ ପ୍ରତିକ୍ରିୟା ରେ କହିଛନ୍ତି କି , ଅଭିଯୋଗ ପରେ ଯାହା ହେବା କଥା ହୋଇଥିଲା । ଛୋଟ କଥାକୁ ବଡ କରି ଦେଖାଗଲା । ଏପରିକି ଅଭିଯୋଗ ପରେ ମୁଁ ୪୩ ଦିନ ଜେଲରେ ରହିଲି । ମିଡିଆରେ ବସି ଅନେକ ଲୋକ ଅନେକ କଥା କହିଲେ । ମୋ ଚରିତ୍ରକୁ ବଜାରରେ ନିଲାମ କରାଗଲା । ନାବାଳିକା ମୋ ନାଁରେ ସିଧା ଅଭିଯୋଗ କରିନାହାନ୍ତି । ନାବାଳିକାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନିଆଗଲା । ଏବେ ସେଇ ସବୁ କଥା ନାବାଳିକା କହିଛନ୍ତି । ସଫଳତା ପରେ ଅନେକ ଶତ୍ରୁ ସୃଷ୍ଟି ହୁଅନ୍ତି । ୬ବର୍ଷ ପରେ ସତ କ’ଣ ପଦାକୁ ଆସିଲା । ବଦନାମ୍ କଲେ ହେଲେ ସତ୍ୟର ଜୟ ହେଲା ।

Comments are closed, but trackbacks and pingbacks are open.